ଆଇଟା ସିଏସ୍: ୟଶରାଜଙ୍କୁ ଟ୍ରଫି

Advertisment
ଆଇଟା ସିଏସ୍: ୟଶରାଜଙ୍କୁ ଟ୍ରଫି

ଭୁବନେଶ୍ବର:‌ କୋଲକାତାରେ ଚାଲିଥିବା ଆଇଟା ଚାମ୍ପିଅନସିପ୍ ସିରିଜ୍ (ସିଏସ)ରେ ଓଡ଼ିଆ ପୁଅ ୟଶରାଜ ନାୟକ ଯୁଗଳ ବର୍ଗରେ ବିଜେତା ଟ୍ରଫି ଜିତିବାରେ ସକ୍ଷମ‌ ହୋଇଛନ୍ତି। ପଶ୍ଚିମବଙ୍ଗର ଅର୍ନବ ମନରାଲଙ୍କୁ ସାଥୀ କରି ଖେଳିଥିବା ୟଶରାଜ ଗୁରୁବାର ଯୁଗଳ ବର୍ଗ ଫାଇନାଲରେ ସ୍ଥାନୀୟ ଯୋଡ଼ି ସାର୍ନବ ଘୋଷ ଓ କେଶବ ଗୋଏଲଙ୍କୁ ୬-୩, ୬-୦ ଏବଂ ୧୦-୩ରେ ହରାଇଥିଲେ। ଶେଷ ଗେମ୍ ସୁପର ଟା‌ଇବ୍ରେକରରେ ଶେଷ ହୋଇଥିଲା। ଭୁବନେଶ୍ବରର ଏସ ଏସ୍ ଟେନିସ୍ ଏକାଡେମିରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ଅଧିନରେ ତାଲିମ ନେଉଥିବା ୟଶରାଜ ଏକକ ବର୍ଗରେ ସେମିଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଆଗକୁ୍ ବଢ଼ି ପାରିନଥିଲେ। ୟୁନିଟ-୮ ଡିଏଭି ସ୍କୁଲର ନବମ ଷ୍ଟାଣ୍ଡାର୍ଡ ଛାତ୍ର ୟଶରାଜ ପୂର୍ବରୁ ବହୁ ଆଇଟା କନିଷ୍ଠ ବର୍ଗ ଟ୍ରଫି ଜିତି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe