ବିରାଟଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଇଟାଲୀୟ ଫୁଟବଲ ଖେଳାଳି

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଆଜି ଏକ ବିଶେଷ ଦିନ। କାରଣ କ୍ରିକେଟର ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି | ଏହି ଅବସରରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି।

er

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଆଜି ଏକ ବିଶେଷ ଦିନ। କାରଣ କ୍ରିକେଟର ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି | ଏହି ଅବସରରେ  ପ୍ରଶଂସକଙ୍କ ତରଫରୁ ତାଙ୍କୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିିଛି। ଏମଧ୍ୟରେ ଇଟାଲୀୟ ଫୁଟବଲ ଖେଳାଳି ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି। ଫୁଟବଲ ଖେଳାଳିଙ୍କ ନାମ ହେଉଛି ଅଗତା ଇସାବେଲା ସେଣ୍ଟାସୋ। ସେ ବିରାଟଙ୍କୁ ଏକ୍ସରେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ହେଲେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଏକ୍ସରେ ପୋଷ୍ଟ କରି ଅଗତା ଲେଖିଥିଲେ, "ଇଟାଲୀର ଜଣେ ପ୍ରଶଂସକଙ୍କଠାରୁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ବିରାଟ କୋହଲି। ଆପଣଙ୍କୁ ଅନେକ ଶୁଭକାମନା।" ତାଙ୍କର ଏହି ପୋଷ୍ଟ ପରେ ଅନେକ ଲୋକ ଟ୍ରୋଲ କରି ଲେଖିଛନ୍ତି ଯେ, ଲାଇମଲାଇଟକୁ ଆସିବା ପାଇଁ ଏଭଳି ପୋଷ୍ଟ କରିଛ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "କ୍ରିକେଟ ବା କୋହଲିଙ୍କ ବିଷୟରେ ତୁମକୁ କିଛି ବି ଜଣାନାହିଁ। ଜନବହୁଳ ଦେଶ ଭାରତରୁ ଭଲପାଇବା ଆଶାରେ ଏଭଳି ପୋଷ୍ଟ କରିଛ।" ଅନ୍ୟ ଜଣେ ତାଙ୍କୁ ପୋଷ୍ଟ ହଟାଇବାକୁ କହିଥିବା ଦେଖାଯାଇଛି। 

ଏଭଳି ଟ୍ରୋଲ ହେବା ପରେ ମୋତେ ପସନ୍ଦ କରୁନଥିବା ଲୋକ ଅନଫଲୋ କରିପାର ବୋଲି କହିଛନ୍ତି ଅଗତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe