Advertisment

ଇଟାଲିଆନ୍‌ ଓପନ୍‌: ଆରମ୍ଭରୁ ବିପର୍ଯ୍ୟୟ: ୱାରିଙ୍କା ଓ କର୍ବର ବିଦା

Advertisment
ଇଟାଲିଆନ୍‌ ଓପନ୍‌: ଆରମ୍ଭରୁ ବିପର୍ଯ୍ୟୟ: ୱାରିଙ୍କା ଓ କର୍ବର ବିଦା

Freetips.com

ରୋମ୍‌: ରବିବାର ଶେଷ ହୋଇଥିବା ୟୁଏସ୍‌ ଓପନ୍‌ ପରେ ସୋମବାରଠାରୁ ଆରମ୍ଭ ହୋଇଛି ଇଟାଲିଆନ୍‌ ଓପନ୍‌। କରୋନା ମହାମାରୀ ଯୋଗୁଁ ଏହି କ୍ଲେ କୋର୍ଟ ପ୍ରତିଯୋଗିତା ତିନି ସେଟ୍‌ ବିଶିଷ୍ଟ ଖେଳାଯାଉଛି। ତେବେ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ପୁରୁଷ ବର୍ଗରେ ତିନି ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଷ୍ଟାନ୍‌ ୱାରିଙ୍କା ଏବଂ ମହିଳା ବର୍ଗରେ ଆଞ୍ଜେଲିକ୍‌ କର୍ବର ନିଜ ନିଜ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି ୟୁଏସ୍‌ ଓପନ୍‌ କ୍ବାର୍ଟର କ୍ବାର୍ଟର ଫାଇନାଲିଷ୍ଟ ଆଲେକ୍ସ ଡି ମିନାଉର ମଧ୍ୟ ଆରମ୍ଭରୁ ଅଭିଯାନ ଶେଷ କରିଛନ୍ତି। ତେବେ ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ପୁରୁଷ ଏକକ ପ୍ରଥମ ରାଉଣ୍ଡ‌ରେ ଇଟାଲିର ସାଲ୍‌ଭାଟୋର୍‌ କାରୁସୋକୁ ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି।

ସ୍ବିଜରଲାଣ୍ଡ୍‌ ତାରକା ୱାରିଙ୍କାଙ୍କୁ ପ୍ରଥମ ରାଉଣ୍ଡରେ ୧୮ ବର୍ଷିୟ ଇଟାଲି ଯୁବ ତାରକା ଲୋରେଞ୍ଜୋ ମୁସେଟି ୬-୦, ୭-୬ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି। ପେସାଦାର ସର୍କିଟ୍‌ରେ ମୁସେଟିଙ୍କର ଏହା ପ୍ରଥମ ବିଜୟ। ଦ୍ବିତୀୟ ରାଉଣ୍ଡରେ ମୁସେଟିଙ୍କ ମୁକାବିଲା ଜାପାନର କେଇ ନିଶିକୋରିଙ୍କ ସହ ହେବ। ଏହା ପୂର୍ବରୁ ଡେନିସ୍‌ ସାପୋଭାଲୋଭ୍‌ ଏବଂ ଆନ୍ଦ୍ରେ ରୁବ୍‌ଲେଭ୍‌ ନିଜ ନିନର ସିଧାସଳଖ ବିଜୟ ସହ ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଥିଲେ। ଗତ ସପ୍ତାହରେ ୟୁଏସ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିବା ଦ୍ବାଦଶ ମାନ୍ୟତାପ୍ରାପ୍ତ କାନାଡା ତାରକା ସାପାଭାଲୋଭ୍‌ ୬-୨ ଓ ୬-୩ ସିଧାସଳଖ ସେଟ୍‌ରେ ଆର୍ଜେଣ୍ଟିନାର ଗୁଏଡୋ ପେଲାଙ୍କୁ ଏବଂ ନବମ ମାନ୍ୟତାପ୍ରାପ୍ତ ରୁବ୍‌ଲେଭ୍‌ ୬-୪, ୬-୪ ସେଟ୍‌ରେ ଫାକୁଣ୍ଡୋ ବାଗ୍‌ନିସ୍‌ଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜର୍ମାନି ତାରକା ମିନାଉର୍‌ ଲଢ଼େଇ କରିବା ସତ୍ତ୍ବେ ୬-୩, ୩-୬ ଓ ୬-୭ ସେଟ୍‌ରେ ଡୋମିନିକ୍‌ କୋଏଫରଙ୍କଠାରୁ ହାରିଯାଇଛନ୍ତି।

ମହିଳା ଏକକରେ ଗତ ୟୁଏସ୍‌ ଓପନ୍‌ ପ୍ରିକ୍ବାର୍ଟର ଫାଇନାଲିଷ୍ଟ କର୍ବର ରୋମ୍‌ରେ ବି ଚମକ ଛାଡ଼ିପାରିନାହାନ୍ତି। ସେ ୩-୬ ଓ ୧-୬ ସେଟ୍‌ରେ ଚେକ୍‌ ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ହେଲେ ଆମେରିକାର ଯୁବା ଖେଳାଳି କୋକୋ ଗଫ୍‌ କ୍ଲେ କୋର୍ଟରେ ନିଜର ପ୍ରଥମ ମ୍ୟାଚ୍‌ ବିଜୟ ପାଇଛନ୍ତି। ସେ ପ୍ରଥମ ରାଉଣ୍ଡ୍‌ରେ ତୁନିସିଆର ଓନ୍‌ସ ଜବେଉର୍‌ଙ୍କୁ ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ବୋପାନ୍ନାଙ୍କ ଅଭିଯାନ
ଚଳିତ ଇଟାଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ରୋହନ ବୋପାନ୍ନା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳିଥିବା ପୁରୁଷ ଯୁବଳ ପ୍ରଥମ ରାଉଣ୍ଡ୍‌ରେ କାନାଡାର ଡେନିସ୍‌ ସାପୋଭାଲୋଭ୍‌ଙ୍କୁ ସାଥୀ କରିଥିବା ବୋପାନ୍ନା ୬-୪ ଓ ୬-୪ ସିଧାସଳଖ ସେଟ୍‌ରେ ଆର୍ଜେଣ୍ଟିନା-ଚିଲି ଯୋଡ଼ି ଗୁଏଡୋ ପେଲା ଓ କ୍ରିଷ୍ଟିଆନ୍‌ ଗାରିନ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe