Cricket: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଟାଲିର ପ୍ରଥମ ବିଜୟ

Advertisment

ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଇଟାଲି ନିଜର ପ୍ରଥମ ବିଜୟ ହାସଲ କରିଛି। ଗୁରୁବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଏହି ଦଳ ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି।

ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଇଟାଲି ନିଜର ପ୍ରଥମ ବିଜୟ ହାସଲ କରିଛି। ଗୁରୁବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଏହି ଦଳ ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି।

Untitled-29.jpg

ମୁମ୍ବାଇ: ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଇଟାଲି ନିଜର ପ୍ରଥମ ବିଜୟ ହାସଲ କରିଛି। ଗୁରୁବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଏହି ଦଳ ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି। ନେପାଳ ଦ୍ବାରା ରଖାଯାଇଥିବା ୧୨୪ ରନର ଲକ୍ଷ୍ୟକୁ ମାତ୍ର ୧୨.୪ ଓଭରରେ କୌଣସି ୱିକେଟ୍‌ ନ ହରାଇ ହାସଲ କରିନେଇଥିଲା ଏହି ୟୁରୋପୀୟ ଦଳ। ଇଟାଲି ଟସ୍‌ ଜିତି ବ୍ୟାଟିଂ କରିବାକୁ ନେପାଳକୁ ଆମନ୍ତ୍ରଣ କରିଥିଲା।

୮ ରନରେ ନିଜର ପ୍ରଥମ ଓ୍ବିକେଟ୍‌ ହରାଇଥିବା ନେପାଳ ପାଇଁ ଆସିଫ ଶେଖ୍‌ (୨୦) ଓ ରୋହିତ ପୌଡେଲ୍‌ (୨୩) ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଉଭୟ ୪୧ ରନର ଏକ ଭାଗୀଦାର କରିଥିଲେ। ପରେ ଦୀପେନ୍ଦ୍ର ସିଂହ ଆଇରି ଓ ଆରିଫ୍‌ ଶେଖ୍‌ଙ୍କ ମଧ୍ୟରେ ୪୪ ରନର ଏକ ଭାଗୀଦାର ହୋଇଥିଲା। କିନ୍ତୁ ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଚାଲିଥିଲା ଓ ୧୯.୩ ଓଭରରେ ୧୨୩ ରନ କରି ଅଲଆଉଟ୍‌ ହୋଇଯାଇଥିଲା।

ଇଟାଲି ପକ୍ଷରୁ କ୍ରିସାନ କାଲୁଗାମାଗେ ୩ଟି ଓ୍ବିକେଟ୍‌ ନେଇଥିଲେ। ୧୨୪ ରନ ଲକ୍ଷ୍ୟକୁ ଇଟାଲିର ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ତଥା ଦୁଇଭାଇ ଜଷ୍ଟିନ ମୋସ୍କା (୬୦) ଓ ଆନ୍ଥୋନି ମୋସ୍କା (୬୨) ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୨.୪ ଓଭରରେ ହାସଲ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe