ଆଇଟିଏଫ୍‌ ଚାଲେଞ୍ଜର୍ସ: ଯୁଗଳରେ ନିରାଶା

Advertisment
ଆଇଟିଏଫ୍‌ ଚାଲେଞ୍ଜର୍ସ: ଯୁଗଳରେ ନିରାଶା

କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର ଉଦ୍‌ଘାଟିତ ୧୫,୦୦୦ ଆମେରିକୀୟ ଡଲାର୍‌ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତାର ଯୁଗଳ ବର୍ଗରେ ଓଡ଼ିଶା ଖେଳାଳିଙ୍କୁ ନିରାଶା ମିଳିଛି। ଓ୍ଵାଇଲ୍‌ଡ କାର୍ଡ ଜରିଆରେ ପ୍ରବେଶ ପାଇଥିବା ଅଂଶୁ କୁମାର ଭୂୟାଁ-ବିଜୟନ୍ତ ମଲ୍ଲିକଙ୍କୁ ଆମେରିକା-ଜର୍ମାନି ଯୋଡ଼ି ଟାଇଲର ହୋଚ୍‌ଓ୍ଵାଲଟ-ସାମି ରେନେଓ୍ଵନ୍‌ ୪-୬, ୬-୪, ୧୨-୧୦ରେ ପରାସ୍ତ କରିଥିଲେ। ସେହିଭଳି କବିର ହଂସ-ପ୍ରତ୍ୟୁଷ ମହାନ୍ତିଙ୍କୁ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି କୁନାଲ ଆନନ୍ଦ ଏବଂ ଅନଭିତ୍‌ ବେନ୍ଦ୍ର ୭-୬ (୩), ୬-୦ରେ ମାତ ଦେଇଥିଲେ। ଟି ଚିଲାକାଳାପୁଡିଙ୍କୁ ସାଥୀ କରିଥିବା ଚିନ୍ମୟ ପ୍ରଧାନଙ୍କୁ ଭାରତୀୟ ଯୋଡ଼ି ଜୟପ୍ରକାଶ ମୋହିତ ମୟୂର ଏବଂ ବିନାୟକ ଶର୍ମା କାଜା ୬-୧, ୬-୨ରେ ହରାଇ ଦେଇଥିଲେ। ମଙ୍ଗଳବାର ସକାଳେ କୋର୍ଟ-୧ରେ ଏକ ବର୍ଗରେ ଚିନ୍ମୟ ଭାରତର ଆର୍‌ ପ୍ରବୋଧ ସୂରଜଙ୍କୁ ଏବଂ ଅଂଶୁ କୁୁମାର ଭୂୟାଁ ବଶିଷ୍ଟ ଚେରୁକୁଙ୍କୁ ଭେଟିବେ। ଅନ୍ୟ ଏକକ ବର୍ଗରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ସିଦ୍ଧାର୍ଥ ରାଓ୍ଵତଙ୍କ ସହିତ ସୁନୀଶ ଧୃବ, ପତ୍ରିକ ରିକ୍‌ଲ, ଦଲବିନ୍ଦର ସିଂହ ପ୍ରମୁଖ ଦ୍ୱିତୀୟ ରାଉଣ୍ଡ୍‌ ତଥା ପ୍ରିକ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe