ଆଇଟିଏଫ୍‌ ଏମ୍‌୨୫ ଆରମ୍ଭ: ଦେବାଶିଷ, ଆଦିତ୍ୟ ବିଦା

Advertisment

ପ୍ରଥମ ଥର ପାଇଁ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ପକ୍ଷରୁ ଆଇଟିଏଫ୍‌ ବିଶ୍ବ ଟେନିସ୍‌ ଟୁର୍‌ ମେନ୍ସ ୨୫,୦୦୦ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ପ୍ରତିଯୋଗିତା ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି।

ପ୍ରଥମ ଥର ପାଇଁ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ପକ୍ଷରୁ ଆଇଟିଏଫ୍‌ ବିଶ୍ବ ଟେନିସ୍‌ ଟୁର୍‌ ମେନ୍ସ ୨୫,୦୦୦ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ପ୍ରତିଯୋଗିତା ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି।

rtyrytfhg65454

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ପକ୍ଷରୁ ଆଇଟିଏଫ୍‌ ବିଶ୍ବ ଟେନିସ୍‌ ଟୁର୍‌ ମେନ୍ସ ୨୫,୦୦୦ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ପ୍ରତିଯୋଗିତା ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଥିଲା ‌ବେଳେ ମଙ୍ଗଳବାରଠୁ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ। ଓଡ଼ିଶା କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଭାରତ ସମେତ ୧୧ ଦେଶରୁ ମୋଟ ୮୮ ଜଣ ପେସାଦାର ଖେଳାଳି ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ ୩ ଜଣ‌ ୧୩୩୦ ମାନ୍ୟତାପ୍ରାପ୍ତ କବିର ହଂସଙ୍କ ସହ ପ୍ରତ୍ୟୁଷ ମହାନ୍ତି, ଅମୃତଜୟ ମହାନ୍ତି ସିଧାସଳଖ ମୁଖ୍ୟ ପର୍ଯ୍ୟାୟରେ ଖେଳିବେ। ୱାଇଲ୍ଡ କାର୍ଡ ପାଇ ଯୋଗ୍ୟତା ପର୍ଯ୍ୟାୟ ଖେଳିଥିବା ଦେବାଶିଷ ସାହୁ ଓ ଆଦିତ୍ୟ ଶତପଥୀ ରବିବାର ନିଜ ନିଜ ମ୍ୟାଚ୍‌ ହାରି ଯାଇଛନ୍ତି। ଦେବାଶିଷ ୧-୬, ୩-୬ ସେଟ୍‌ରେ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ମୁନି ଅନନ୍ତଙ୍କଠୁ ଏବଂ ଆଦିତ୍ୟ ୦-୬, ୧-୬ ସେଟ୍‌ରେ ସିଦ୍ଧାର୍ଥ ବନ୍ଥିଆଙ୍କଠୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। 

ଏହି ପ୍ରତିଯୋଗିତାରେ ତାରକା ଖେଳାଳି ୨୭୮ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ଡାଲବର ଭିର୍ସିନା, ୩୯୦ ମାନ୍ୟତାପ୍ରାପ୍ତ ବୋଗଡାନ ବୋବରୋଭ, ୪୧୦ ମାନ୍ୟତାପ୍ରାପ୍ତ ଶଶିକୁମାର ମୁକୁନ୍ଦ ଓ ୫୭୭ ମାନ୍ୟତାପ୍ରାପ୍ତ ଆମେରିକାର ନିକ୍‌ ଚାପେଲ୍‌ ଟ୍ରଫି ପାଇଁ ଲଢ଼େଇ କରିବେ। ଉଭୟ ଏକକ ଓ ଯୁଗଳ ବିଜେତାଙ୍କୁ ୨୫ ଏଟିପି ପଏଣ୍ଟ୍‌ ସହ ପୁରସ୍କାର ରାଶି ମିଳିବ। ଏହି ପ୍ରତିଯୋଗିତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେନିସ୍ ସଂଘ ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମସମ୍ପାଦକ ତଥା ପ୍ରତିଯୋଗିତା ନିର୍ଦେଶକ ସଂଜୀବ ପଣ୍ଡା, ପ୍ରାଶାସନିକ ଅଧିକାରୀ ତଥା ସଂଯୋଜକ ସମ୍ବିତ ପଟ୍ଟନାୟକ, ଆଇଟିଏଫ୍‌ ସିଲ୍‌ଭର ବ୍ୟାଚ୍‌ ରେଫରି ଅଭିଷେକ ମୁଖାର୍ଜୀ ଓ ପ୍ରବୀଣ ନାକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe