ଲାହୋର: ପାକିସ୍ତାନ ଚୟନକର୍ତା ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଇଞ୍ଜାମମ୍ ଉଲ୍ ହକ୍। ଏନେଇ ସେ ବୁଧବାର ତାଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି। ୨୦୧୬ ଏପ୍ରିଲରୁ ଏହି ପଦରେ ନିଯୁକ୍ତ ହୋଇଥିବା ଇଞ୍ଜାମମ୍ଙ୍କ କାର୍ଯ୍ୟକାଳ ଚଳିତ ଜୁଲାଇ ୩୧ ତାରିଖରେ ଶେଷ ହେବା କଥା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ହେଲେ ବିଶ୍ବକପ୍ ବିପର୍ଯ୍ୟୟ ପରେ ଇଞ୍ଜାମମ୍ ଆଉ ତାଙ୍କ କାର୍ଯ୍ୟକାଳ ନବୀକରଣ ସପକ୍ଷରେ ନାହାନ୍ତି। ତିନି ବର୍ଷରୁ ଅଧିକ ସମୟ ଧରି ଏହି ପଦ ସମ୍ଭାଳିଆସିଛି। ହେଲେ ଆଉ ଏହି ପଦରେ ରହିବାକୁ ଚାହୁଁନାହିଁ ବୋଲି ୪୯ ବର୍ଷ ବୟସ୍କ ଇଞ୍ଜାମମ୍ ସ୍ପଷ୍ଟ କରିଦେଇଛନ୍ତି।
ପଦ ଛାଡ଼ିଲେ ଇଞ୍ଜାମମ୍
Advertisment
Follow Us