ଆଇସିୟୁରୁ ବାହାରିଲେ ଜାକବ୍‌

ଆଇସିୟୁରୁ ବାହାରିଲେ ଜାକବ୍‌

ଭଦୋଦରା : ପୂର୍ବତନ ଭାରତୀୟ କ୍ରି‌କେଟର୍‌ ଜାକବ୍‌ ମାର୍ଟିନ୍‌ ଏବେ ସୁସ୍ଥ ହେବାରେ ଲାଗିଛନ୍ତି। ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାୟ ୧ ମାସ ଧରି ଭେଣ୍ଟିଲେଟର୍‌ରେ ରହିଥିବା ଜାକବ୍‌ଙ୍କୁ ପୂର୍ବତନ ସାଥୀ ଖେଳାଳିମାନେ ସହାୟତାର ହାତ ବଢ଼ାଇଥିଲେ। ବିଭିନ୍ନ ସୂତ୍ରରୁ ଜାକବ୍‌ଙ୍କ ପାଖକୁ ଏମଧ୍ୟରେ ପ୍ରାୟ ୧୬ ଲକ୍ଷ ଟଙ୍କାର ସହାୟତା ପହଞ୍ଚିଛି। ଫଳରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସାରେ ଅବହେଳା ସ୍ଥିତି ଟଳିଯାଇଛି। ଏପର୍ଯ୍ୟନ୍ତ ଜାକବ୍‌ଙ୍କ ଚିକିତ୍ସା ଖର୍ଚ ଅତି କମ୍‌ରେ ୧୫ ଲକ୍ଷ ଟଙ୍କା ହୋଇଥିବା ହସ୍ପିଟାଲ ସୂତ୍ରରୁ କୁହାଯାଇଛି। ତେବେ ସାଥୀ ସହଯୋଗୀଙ୍କ ସହାୟତା ଜାକବ୍‌ଙ୍କୁ ନୂଆ ଜୀବନ ଦେଇଛି। ଫଳସ୍ବରୂପ ପ୍ରାୟ ଗୋଟିଏ ମାସ ଭେଣ୍ଟିଲେଟରରେ ରହିବା ପରେ ଜାକବ୍‌ ଆଇସିୟୁରୁ ବାହାରକୁ ଆସିଛନ୍ତି। ତାଙ୍କୁ ଆଇସିୟୁରୁ ଏବେ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଜାକବ୍‌ଙ୍କ ଯକୃ୍ତ ଓ ଫୁସ୍‌ଫୁସ୍‌ରେ ଗୁରୁତର ଆଘାତ ଲାଗିଥିଲା। ତେବେ ବିଭିନ୍ନ ସୂତ୍ରରୁ ଆର୍ଥିକ ସହାୟତା ମିଳିଥିଲେ ମଧ୍ୟ ଆଗାମୀ ଦିନରେ ଚିକିତ୍ସା ବାବଦରେ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ଜାକବ୍‌ଙ୍କ ପତ୍ନୀ ଖ୍ୟାତି କହିଛନ୍ତି। ଇତି ମଧ୍ୟରେ ଭାରତୀୟ କ୍ରିକେଟର୍‌, ବିସିସିଆଇ, ବାରୋଦା କ୍ରିକେଟ୍‌ ସଂଘ, ବରୋଦା ରଣଜୀ ଟ୍ରଫି ଦଳ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ସମେତ ଅଧିକାଂଶ ଅମ୍ପାୟାର ଓ ମ୍ୟାଚ୍‌ ରେଫରି ସହାୟତାର ହାତ ବଢ଼ାଇଛନ୍ତି। ଯେଉଁମାନେ ଆର୍ଥିକ ସହାୟତା ଦେଇପାରିନାହାନ୍ତି, ସେମାନେ ମଧ୍ୟ ବ୍ୟକ୍ତିଗତ ଭାବେ ହସ୍ପିଟାଲରେ ପହଞ୍ଚି ଜାକବ୍‌ଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝୁଛନ୍ତି। ସେହି ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ। ହେଲେ ଆହୁରି ପ୍ରାୟ ୨ ମାସ ଧରି ଜାକବ୍‌ଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିପା‌ରେ ବୋଲି ଚିକିତ୍ସକମାନେ କହୁଛନ୍ତି। ସେଥିପାଇଁ ଆହୁରି ଅର୍ଥର ଆବଶ୍ୟକତା ରହିଛି ବୋଲି ଖ୍ୟାତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe