ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସରେ ଆଉ ଖେଳିବେନି ଜାଦେଜା!

Advertisment
ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସରେ ଆଉ ଖେଳିବେନି ଜାଦେଜା!

ନୂଆଦିଲ୍ଲୀ: ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ପରସ୍ପରଠାରୁ ଅଲଗା ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି । ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଏହି ଦଳର ବରିଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ମତାନ୍ତର ହୋଇଥିବାର ଖବର କିଛିଦିନ ତଳେ ସାମ୍ନାକୁ ଆସିଥିବାବେଳେ ଏବେ ଖବର ଆସିଛି ଯେ ଆଇପିଏଲ ସିଜିନ-୧୫ପରଠାରୁ ଉଭୟଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ନାହିଁ। ବିଦେଶ ଗସ୍ତରୁ ଫେରିବା ପରେ ବି ଜାଦେଜା ସିଏସକେ ସହିତ କୌଣସି ସମ୍ପର୍କ କରିନଥିଲେ। ଆଉ ସିଏସକେ ପକ୍ଷରୁ ମଧ୍ୟ ତାଙ୍କ ସହ ଯୋଗାଯୋଗ କରାଯାଇନଥିଲା |

ଇନସାଇଡ୍ ସ୍ପୋର୍ଟର ଏକ ରିପୋର୍ଟ ଅନୁଯାୟୀ, ଜାଡେଜାଙ୍କ ମ୍ୟାନେଜରମାନେ ଅନ୍ୟ ଦଳ ସହ ଅଫର ବିଷୟରେ ଆଲୋଚନା କରୁଛନ୍ତି। ତେବେ, ଟ୍ରେଡିଂ ୱିଣ୍ଡୋ ବାବଦରେ ଜଣାପଡିବା ପରେ ହିଁ ଜାଡେଜା କେଉଁ ଦଳରେ ଯୋଗ ଦେବେ ତାହା ଜଣାପଡିବ | ସୂଚନା ଥାଉ କି ଗତ ଆଇପିଏଲ ସିଜିନରେ ଧୋନିଙ୍କ ପରିବର୍ତ୍ତେ ଜାଦେଜାଙ୍କୁ ସିଏସକେର ଅଧିନାୟକ ନିଯୁକ୍ତ କରାଯାଇଥିଲା | ତେବେ ସିଏସ୍‌କେ ତାଙ୍କ ଅଧୀନରେ ସେତେଟା ଭଲ ପ୍ରଦର୍ଶନ କରି ପାରି ନଥିଲା। ଜାଦେଜାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ଥିଲା।

ସେଥିପାଇଁ ଋତୁ ଅଧାରୁ ଜାଦେଜା ଏହି ପଦ ଛାଡ଼ିଦେବା ସହ ଧୋନି ପୁଣି ଥରେ ଅଧିନାୟକ ପଦକୁ ଫେରିଥିଲେ। ଆଉ ଏହା ହିଁ ଜାଦେଜା ଓ ସିଏସ୍‌କେ ସଂପର୍କରେ ଫାଟ ସୃଷ୍ଟି ‌ହେବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି।ଏହି କାରଣରୁ ସେ ଫ୍ରାଞ୍ଚାଇଜ୍ ଛାଡିବାକୁ ମନସ୍ଥ କରିଛନ୍ତି। ଜାଦେଜା ୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିଆସୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe