ଡବ୍ଲ୍ୟୁଟିସି ଫାଇନାଲ୍, ସାଉଥମ୍ପଟନରେ ଅଭ୍ୟାସ ଆରମ୍ଭ କଲେ ଜାଦେଜା

Advertisment
ଡବ୍ଲ୍ୟୁଟିସି ଫାଇନାଲ୍, ସାଉଥମ୍ପଟନରେ ଅଭ୍ୟାସ ଆରମ୍ଭ କଲେ ଜାଦେଜା

ସାଉଥମ୍ପଟନ୍: ଚଳିତ ମାସ ୧୮ ତାରିଖରୁ ସ୍ଥାନୀୟ ଏଜିସ୍ ବାୱେଲଠାରେ ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପୂର୍ବରୁ ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳ ଏକାଠି ଗତ ଗୁରୁବାର ଲଣ୍ଡନରେ ପହଞ୍ଚିଥିଲେ। ଭାରତୀୟ ପୁରୁଷ ଦଳ ଡବ୍ଲ୍ୟୁଟିସି ଫାଇନାଲ୍‌ ସହ ଘରୋଇ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଏକ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ୍ ଏବଂ ତିନିଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ତେବେ ଜାଦେଜା ପ୍ରଥମ ଥର ଲାଗି ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି। ସେପଟେ ଭାରତୀୟ ଖେଳାଳିଙ୍କର ପୁନର୍ବାର ହାମ୍ପସାୟାରରେ କୋଭିଡ୍ ପରୀକ୍ଷା ହୋଇଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ ଆହତ ହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ଜାତୀୟ ଦଳଠାରୁ ଦୂରେଇ ରହିବା ପରେ ଜାଦେଜା ଇଂଲଣ୍ଡ ଗସ୍ତରେ ଫେରିଛନ୍ତି। ଅଭ୍ୟାସ ଆରମ୍ଭ କରି ସଂପୂର୍ଣ୍ଣ ଫିଟ୍ ଥିବାର ଆଭାସ ବି ସେ ଦେଇଛନ୍ତି। ଡବ୍ଲ୍ୟୁଟିସିର ଭବିଷ୍ୟତ ନେଇ କିନ୍ତୁ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ରବିବାର ଏକ ମହତ୍ବପୂର୍ଣ୍ଣ କଥା କହିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାର ଫାଇନାଲ୍‌କୁ ୩ ମ୍ୟାଚ୍ ବିଶିଷ୍ଟ କରିବାକୁ ଆଇସିସିକୁ ଶାସ୍ତ୍ରୀ ଆହ୍ବାନ କରିଛନ୍ତି। ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଖେଳି ଡବ୍ଲ୍ୟୁଟିସିର ପ୍ରଥମ ଫାଇନାଲ୍ ଲାଗି ପ୍ରସ୍ତୁତି କରୁଛି। ଲର୍ଡସ ଟେଷ୍ଟ୍‌ରେ କିୱି ଦଳ ଉଚ୍ଚକୋଟୀର ପ୍ରଦର୍ଶନ ଦେଇଥିବାରୁ ଭାରତ ପାଇଁ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବା ସେତେଟା ସହଜ ହେବ ନାହିଁ ବୋଲି ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe