ଜାଡେଜା-ୱାଶିଂଟନ ସୁନ୍ଦରଙ୍କ ଘାତକ ବୋଲିଂ: ୨୩୫ ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ

Advertisment

ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଶୁକ୍ରବାର ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ‌ରେ ଖେଳାଯାଉଛି। କିୱି ଦଳ ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ନିଜକୁ କ୍ଲିନ୍ ସ୍ବିପ୍‌ରୁ ରକ୍ଷା କରିବାକୁ ଅଣ୍ଟାଭିଡ଼ିଛି...

Updated On

ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଶୁକ୍ରବାର ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ‌ରେ ଖେଳାଯାଉଛି। କିୱି ଦଳ ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ନିଜକୁ କ୍ଲିନ୍ ସ୍ବିପ୍‌ରୁ ରକ୍ଷା କରିବାକୁ ଅଣ୍ଟାଭିଡ଼ିଛି...

ଅଦ୍ୟତନ ହୋଇଛି
WhatsApp Image 2024-11-01 at 3.51.56 PM

ମୁମ୍ବାଇ: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଶୁକ୍ରବାର ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ‌ରେ ଖେଳାଯାଉଛି। କିୱି ଦଳ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ନିଜକୁ କ୍ଲିନ୍ ସ୍ବିପ୍‌ରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛି। ବାଙ୍ଗାଲୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୮  ୱିକେଟ୍ ଏବଂ ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ୧୧୩ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ ଜିତିଥିଲା।

ରାଚିନ୍‌ ଆଉଟ୍ ହେବା ପରେ ୟଙ୍ଗ ଚତୁର୍ଥ ୱିକେଟ୍ ପାଇଁ ଡାରିଲ୍ ମିଚେଲଙ୍କ ସହ ୮୭ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ, ୟଙ୍ଗ ତାଙ୍କ ଟେଷ୍ଟ କ୍ୟାରିୟରର ଅଷ୍ଟମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ିକୁ ରବିନ୍ଦ୍ର ଜାଡେଜା ଭାଙ୍ଗିଥିଲେ ।  

କିୱି ଇନିଂସର ୪୪ତମ ଓଭରରେ ଜାଡେଜା ଦୁଇଟି ୱିକେଟ୍ ନେଇଥିଲେ। ସେ ପ୍ରଥମେ ୟଙ୍ଗଙ୍କୁ  ସ୍ଲିପ୍ସରେ କ୍ୟାଚ୍ ଆଉଟ୍ କରାଇଥିଲେ।   ୟଙ୍ଗ ୭୧ ରନର ଇନିଂସ ଖେଳିଥିଲେ। ଏଥି ସହିତ, ବ୍ଲୁଣ୍ଡେଲ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ।  ଏହା ପରେ ଜାଡେଜା ମଧ୍ୟ ଗ୍ଲେନ୍ ଫିଲିପ୍ସଙ୍କୁ ଆଉଟ୍ କରିଥିଲେ। ସେ ୧୭ ରନ୍ କରି ସ୍କୋର କରି ପାଭିଲିୟନ ଫେରିଥିଲେ।

ଏହା ପରେ ଜାଡେଜା ଏହି ଇନିଂସରେ ଦ୍ୱିତୀୟ ଥର ପାଇଁ ଏକ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ। ସେ ଇଭି ସୋଡି ଏବଂ ମ୍ୟାଟ ହେନେରୀଙ୍କୁ କିୱି ଇନିଂସର ୬୧ ତମ ଓଭରରେ ପାଭିଲିୟନକୁ ପଠାଇଥିଲେ। ସୋଡି ଏଲବିଡବ୍ଲ୍ୟୁରେ ଆଉଟ୍ ହୋଇଥିବାବେଳେ ହେନେରୀ କ୍ଲିନ୍ ବୋଲ୍ଡ ହୋଇଥିଲେ।

ସୋଡି ୭ ରନ୍ ସଂଗ୍ରହ କରିଥିବାବେଳେ ହେନେରୀ ଖାତା ଖୋଲିପାରି ନ ଥିଲେ। ୱାଶିଂଟନ୍ ସୁନ୍ଦର ଡାରିଲ ମିଚେଲ ଏବଂ ଅଜାଜ ପଟେଲଙ୍କୁ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡର ଇନିଂସକୁ ୨୩୫ ରନ୍‌ରେ ଅଟକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe