ପ୍ରଥମ ଟେଷ୍ଟ୍‌ ଖେଳିବେନି ଜାଦେଜା

Advertisment
ପ୍ରଥମ ଟେଷ୍ଟ୍‌ ଖେଳିବେନି ଜାଦେଜା

Zee News

ମୁମ୍ବାଇ: କାନବେରାରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ମସ୍ତିଷ୍କାଘାତ ଓ ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିବା ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆସନ୍ତା ୧୭ ତାରିଖରେ ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୫୦ତମ ଟେଷ୍ଟ୍ ଖେଳିବାର ଦ୍ବାର ଦେଶରେ ଥିବା ୩୨ ବର୍ଷୀୟ ଜାଦେଜା ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହି ପାରନ୍ତି। ଫଳରେ ଆଡିଲେଡ୍‌ରେ ଦିବା-ରାତ୍ର ଭିତ୍ତି‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ରୁ ସେ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ। ଆଇସିସି ନିୟମ ଅନୁସାରେ ମସ୍ତିଷ୍କାଘାତର ଶିକାର ହୋଇଥିବା ଖେଳାଳି ୭ରୁ ୧୦ ଦିନ ବିଶ୍ରାମ ନେବା ଜରୁରୀ। ସେଥିପାଇଁ ଆସନ୍ତା ୧୧ ତାରିଖରୁ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଖେଳାଯିବାକୁ ଥିବା ତିନି ଦିନିଆ ଦିବା-ରାତ୍ର ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳଳି ପାରିବେନି ସେ। ଅଭ୍ୟାସ ନକରି ପ୍ରଥମ ଟେଷ୍ଟ୍ ଖେଳିବା ଏକପ୍ରକାର ଅସମ୍ଭବ। ଏହି ମାଚ୍ ଆରମ୍ଭ ହେବ। ତେବେ ମସ୍ତିଷ୍କାଘାତ ନୁହେଁ ବରଂ ମାଂସପେଶୀ ଯନ୍ତ୍ରଣା ପାଇଁ ଜାଦେଜାଙ୍କୁ ଅଧିକ ଦିନ ବିଶ୍ରାମ ନେବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି। ଏକଥା ଭାରତ ‘ଏ’-ଅଷ୍ଟ୍ରେଲିଆ ‘ଏ’ ଅଭ୍ୟାସ ମ୍ୟାଚ୍ ଅବସରରେ ଭାଷ୍ୟକାର ବି ସ୍ପଷ୍ଟ କରିଥିଲେ। ସୂଚନା‌ଯୋଗ୍ୟ ଯେ ଜାଦେଜା ୪୯ ଟେଷ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରି ୨୧୩ ୱିକେଟ୍ ନେବା ସହ ୩୫.୨୬ ହାରରେ ୧୮୬୯ ରନ୍ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ ଅର୍ଧଶତକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe