ନୂଆଦିଲ୍ଲୀ : ଆହତ ଯୋଗୁଁ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବାଦ୍ ପଡ଼ିଥିବା ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ସେ ଏବେ ସୁସ୍ଥା ହେବାରେ ଲାଗିଛନ୍ତି। ଆଶାବାଡ଼ି ଧରି ଏବଂ ଡାହାଣ ଆଣ୍ଠୁରେ କ୍ୟାପ୍ ବାନ୍ଧି ସେ ଏବେ ଚଳପ୍ରଚଳ କରିପାରୁଥିବାର ଏକ ଫଟୋ ଜାଦେଜା ନିଜେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ‘‘ଥରକେ ଗୋଟିଏ ପାଦ’’ ବୋଲି ଫଟୋ ତଳେ କ୍ୟାପ୍ସନ ଲେଖିଛନ୍ତି। ଜାଦେଜା ଗତ ଏସିଆ କପ୍ ବେଳେ ଆଣ୍ଠୁରେ ଆଘାତ ପାଇଥିଲେ। ଫଳରେ ଦୁଇଟି ମ୍ୟାଚ୍ ଖେଳିବା ପରେ ସେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରୁ ବାଦ୍ ପଡ଼ିଥିଲେ।
ଜାଦେଜାଙ୍କ ସଫଳ ଅସ୍ତ୍ରୋପଚାର
Advertisment
Follow Us