ଜଗା ୟୁନାଇଟେଡ୍‌କୁ ମା’ ଲଙ୍କେଶ୍ୱରୀ ଫୁଟ୍‌ବଲ୍‌ ଟ୍ରଫି

Advertisment
ଜଗା ୟୁନାଇଟେଡ୍‌କୁ ମା’ ଲଙ୍କେଶ୍ୱରୀ ଫୁଟ୍‌ବଲ୍‌ ଟ୍ରଫି

ବଳଙ୍ଗା: ଭୁବନେଶ୍ୱରର ଜଗା ୟୁନାଇଟେଡ୍‌ କ୍ଲବ୍‌ ମା’ ଲଙ୍କେଶ୍ୱରୀ ଫୁଟ୍‌ବଲ୍‌ ଟ୍ରଫି କରାୟତ କରିଛି। ଶନିବାର ଫାଇନାଲ୍‌ରେ ଜଗା ୟୁନାଇଟେଡ୍‌ ୩-୦ ଗୋଲ୍‌ରେ ବରଗଡ଼ ୟୁନାଇଟେଡ୍‌ କ୍ଲବକୁ ହରାଇଛି। ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଆଜିର ମ୍ୟାଚ୍‌ ବେଶ୍‌ ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ତେବେ ଜଗା ୟୁନାଇଟେଡ୍‌ କିଙ୍ଗ୍‌- ସୋ- ଟୁଙ୍କ ହ୍ୟାଟ୍ରିକ୍‌ ବଳରେ ବଜେତା ଆଖ୍ୟା ଅର୍ଜନ କରିଥିଲା।
ଉଦ୍‌ଯାପନୀ ଉତ୍ସବରେ ନିମାପଡ଼ା-ଗୋପ ନବନିର୍ମାଣ ପରିଷଦର ଅଧ୍ୟକ୍ଷ ଦିଲୀପ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ୧୦ ହଜାର ଟଙ୍କା ସହିତ ମା’ ଲଙ୍କେଶ୍ୱରୀ କପ୍‌ ଏବଂ ଉପବିଜେତା ଦଳକୁ ୭ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ବଳଙ୍ଗା ସରପଞ୍ଚ ଅଜିତ ଦଳାଇ, ଯୁବନେତା ପ୍ରଦୀପ୍ତ ନାୟକ, ବାବୁଲି ଦାସ, ଭାଗୀରଥି ରାଉତ, ସାମ୍ବାଦିକ ରାଜକିଶୋର ଦାସ ଅତିଥି ଭାବେ ଉପସ୍ଥିତ ଥିଲେ। ଲଙ୍କେଶ୍ୱରୀ ସ୍ପୋର୍ଟସ୍‌ କ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଭାରତୀୟ ସ୍ପେଶାଲ୍‌ ଅଲମ୍ପିକ୍ସ କ୍ରିକେଟ୍‌ ଦଳର ପ୍ରଭାତ କୁମାର ବରାଳ, କ୍ରୀଡ଼ା ଶିକ୍ଷକ ପ୍ରଫୁଲ ମହାନ୍ତି, ଅମରେଶ୍ୱର ପ୍ରଧାନ, କଲ୍ୟାଣ ମହାନ୍ତି, ଶିଖର ପ୍ରଧାନ, ଗୌରାଙ୍ଗ ଜେନା ଏବଂ ସୂର୍ଯ୍ୟକାନ୍ତ ସାହଙ୍କୁୁ ସମ୍ମାନିତ କରାଯାଇଥିଲା। କ୍ଲବର ସଭାପତି ପ୍ରଭାତ ରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଶରତ ବିଶ୍ୱାଳ ପରିଚାଳନା କରିଥିଲେ। ସୁଦୀପ ଦାଶ, ବସନ୍ତ ସ୍ୱାଇଁ, ଅମିତ ନାୟକ ଏବଂ ଡଃ ଗଙ୍ଗାଧର ସାହୁ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe