ଜଗତପୁର ଜଳକ୍ରୀଡ଼ା କେନ୍ଦ୍ର ପରିଦର୍ଶନ କଲେ ସାଇ ଡିଜି

Advertisment
ଜଗତପୁର ଜଳକ୍ରୀଡ଼ା କେନ୍ଦ୍ର ପରିଦର୍ଶନ କଲେ ସାଇ ଡିଜି

କଟକ/ଜଗତପୁର: ଭାରତୀୟ କ୍ରୀଡ଼ା ପ୍ରାଧୀକରଣର ମହାନିର୍ଦ୍ଦେଶକ (ଡିଜି) ସନ୍ଦୀପ ପ୍ରଧାନ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଗୁରୁବାର ଅପରାହ୍ନରେ ସନ୍ଦୀପ ଜଗତପୁରସ୍ଥିତ କେନ୍ଦ୍ରରେ ପହଞ୍ଚି ପ୍ରଥମେ କ୍ରୀଡ଼ାବିତ୍‌ଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ପରେ କେନ୍ଦ୍ର ପ୍ରଶିକ୍ଷକଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ପରିସରରେ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଜିମ୍ନାସିୟମ ଖୁବ୍‌ଶୀଘ୍ର ନିର୍ମାଣ ଶେଷ କରାଯିବାକୁ ମହାନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ପ୍ରଶିକ୍ଷକ ଜନସନ ସି˚ହ, ପିଟି ପାଉଲୁସ, ଇନ୍ଦ୍ରପାଲ ସି˚ହ, ପୃଥ୍ବୀରାଜ ସିନ୍ଧେ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe