ନଭି ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ରବୀନ୍ଦ୍ର ଜାଦେଜା ଆଇପିଏଲ୍ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିକ୍ଷରେ ସର୍ବାଧିକ ସଫଳ ବୋଲର ପରିଗଣିତ ହୋଇଛନ୍ତି। ଏହି ଫ୍ରାଞ୍ଚାଇଜ୍ ବିପକ୍ଷରେ ସେ ସବୁଠୁ ଅଧିକ ସଂଖ୍ୟାକ ୱିକେଟ୍ ଦଖଲ କରିବାର କୀର୍ତ୍ତିମାନ ରଚିଛନ୍ତି। ଆର୍ସିବି ବିପକ୍ଷରେ ତାଙ୍କ ମୋଟ ୱିକେଟ୍ ସଂଖ୍ୟାକୁ ୨୬ରେ ପହଞ୍ଚାଇଛନ୍ତି। ମଙ୍ଗଳବାର ମ୍ୟାଚ୍ରେ ସେ ଆର୍ସିବି ବିପକ୍ଷରେ ୩ ୱିକେଟ୍ ଦଖଲ କରିବା ପରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା ପୂର୍ବରୁ ଉଭୟ ହରଭଜନ ସିଂହ ଏବଂ ଆଶିଷ ନେହେରା ଆର୍ସିବି ବିପକ୍ଷରେ ସର୍ବାଧିକ ୨୩ ଲେଖାଏଁ ୱିକେଟ୍ ଅକ୍ତିଆର କରି କୀର୍ତ୍ତିମାନ ନିଜ ନିଜ ନାମରେ ରଖିଥିଲେ।
ଜାଦେଜା ଆର୍ସିବି ବିପକ୍ଷରେ ସବୁଠୁ ସଫଳ ବୋଲର: ହରଭଜନ ଓ ନେହେରାଙ୍କୁ ଟପିଲେ
Advertisment
Follow Us