ଶ୍ରେଷ୍ଠ ୫ରେ ଜୟସ୍ବାଲ, କୁଲଦୀପଙ୍କୁ କ୍ୟାରିୟର୍ ଶ୍ରେଷ୍ଠ ମାନ୍ୟତା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୭୫ ରନ୍ କରିଥିବା ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଆଇସିସି ଟେଷ୍ଟ୍ ବ୍ୟାଟର୍‌ ମାନ୍ୟତାରେ ସପ୍ତମରୁ ପଞ୍ଚମକୁ ଉନ୍ନୀତ ହୋଇଛନ୍ତି। ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧୨ ୱିକେଟ୍ ନେବା ପରେ....

ffshffhsxvb

ଦୁବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୭୫ ରନ୍ କରିଥିବା ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଆଇସିସି ଟେଷ୍ଟ୍ ବ୍ୟାଟର୍‌ ମାନ୍ୟତାରେ ସପ୍ତମରୁ ପଞ୍ଚମକୁ ଉନ୍ନୀତ ହୋଇଛନ୍ତି। ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧୨ ୱିକେଟ୍ ନେବା ପରେ ସ୍ପିନର କୁଲଦୀପ ଯାଦବ ୭ଟି ସ୍ଥାନ ଉପରକୁ ଲମ୍ଫ ମାରି କ୍ୟାରିୟର୍ ଶ୍ରେଷ୍ଠ ଚତୁର୍ଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେପଟେ ଆଫଗାନିସ୍ତାନ ୩-୦ରେ ବାଂଲାଦେଶକୁ ମୂଳପୋଛ କରିବା ପରେ ଏହି ଦେଶର ତାରକା ସ୍ପିନର ରସିଦ ଖାନ୍ ଦିନିକିଆ ବୋଲର ମାନ୍ୟତାର ଏକନମ୍ବର ସ୍ଥାନକୁ ଉଠିଛନ୍ତି। 

ଏହି ଶୃଙ୍ଖଳାରେ ୧୧ ୱିକେଟ୍ ନେବା ପରେ ରସିଦ ୬ଟି ସ୍ଥାନ ଉପରକୁ ଉଠି ଏକ ନମ୍ବର ସ୍ଥାନ‌ ଅଧିକାର କରି ନେଇଛନ୍ତି। ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଦିନିକିଆ ମାନ୍ୟତାରେ ଭାରତର ନୂଆ ଅଧିନାୟକ ଶୁବମନ ଗିଲ୍ ପ୍ରଥମ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍ ଟେଷ୍ଟ୍ ବ୍ୟାଟର୍ ଏବଂ ଭାରତର ଯଶପ୍ରୀତ୍ ବୁମ୍‌ରା ଟେଷ୍ଟ୍ ବୋଲର ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe