ଗାଏକ୍ବାଡଙ୍କ ବଦଳରେ ଜୟସ୍ବାଲ

Advertisment
ଗାଏକ୍ବାଡଙ୍କ ବଦଳରେ ଜୟସ୍ବାଲ

SportsTiger

ମୁମ୍ବାଇ: ଫର୍ମରେ ଥିବା ମୁମ୍ବାଇ ଓପନର୍‌ ଯଶସ୍ବୀ ଜୟସ୍ବାଲ ଲଣ୍ଡନରେ ଜୁନ୍‌ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଦ ଓଭାଲରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେ ଷ୍ଟାଣ୍ଡ ବାଇ ଓପନର୍‌ ଋତୁରାଜ ଗାଏକ୍ବାଡଙ୍କ ବଦଳରେ ଏହି ସ୍ଥାନ ପାଇଛନ୍ତି। ଗାଏକ୍ବାଡଙ୍କ ବାହାଘର ଜୁନ୍‌ ୨-୩ରେ ହେବାର ରହିଛି। ତେଣୁ ମ୍ୟାଚ୍‌ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରିବେନି। ‌ଫଳରେ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ରବିବାର ସକାଳେ ବମ୍ବେ ଜିମ୍‌ଖାନାରେ ଜୟସ୍ବାଲ ନାଲି ବଲ୍‌ରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ୨୧ ବର୍ଷୀୟ ଜୟସ୍ବାଲଙ୍କ ନିକଟରେ ୟୁକେ ଭିସା ଥିବାରୁ ରବିବାର ରାତିରେ ହିଁ ଲଣ୍ଡନ ଗସ୍ତ କରିବେ। ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୟସ୍ବାଲ ୧୪ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସହ ୪୮.୦୭ ହାରରେ ୬୨୫ ରନ୍‌ କରିଥିଲେ। ରଣଜୀ ଟ୍ରଫିରେ ସେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୪୫.୦୦ ହାରରେ ୪୦୪ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe