୨ୟ ଟେଷ୍ଟ : ଜୟସ୍ବାଲଙ୍କ ଶତକ, ଭାରତ ୨୮୭/୨*

Advertisment

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ। ଏହି ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଓପନର ଯଶସ୍ବୀ ଜୟସ୍ବାଲ ଏକ ଲଢୁଆ ଶତକ ହାସଲ କରି ଭାରତର ସ୍ଥିତିକୁ ସୁଦୃଢ କରିଛନ୍ତି ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ। ଏହି ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଓପନର ଯଶସ୍ବୀ ଜୟସ୍ବାଲ ଏକ ଲଢୁଆ ଶତକ ହାସଲ କରି ଭାରତର ସ୍ଥିତିକୁ ସୁଦୃଢ କରିଛନ୍ତି ।

G24rMLqWQAAye52

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ। ଏହି ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଓପନର ଯଶସ୍ବୀ ଜୟସ୍ବାଲ ଏକ ଲଢୁଆ ଶତକ ହାସଲ କରି ଭାରତର ସ୍ଥିତିକୁ ସୁଦୃଢ କରିଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜର ପ୍ରଥମ ଇନିଂସରେ ୨ ଓ୍ବିକେଟ ହରାଇ ୨୮୭ ରନ କରିଛି । ଜୟସ୍ବାଲ ଅପରାଜିତ ୧୪୨ ରନ କରିଥିବାବେଳେ ଅଧିନାୟକ ଶୁବମନ ଗିଲ୍ ୧୪ ରନ କରି ଖେଳୁଛନ୍ତି।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୟସ୍ବାଲ ଓ କେଏଲ ରାହୁଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୮ ରନ ଯୋଗ କରିବା ପରେ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ଓ ଜୟସ୍ବାଲଙ୍କ ମଧ୍ୟରେ ଏକ ୧୯୩ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୁଦର୍ଶନ ୮୪ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଶତକ ପୂରଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ଓ୍ବାରିକାନ ୨ଟି ଓ୍ବିକେଟ୍ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe