ମିନର୍ଭାକୁ ମାତ୍‌ ଦେଲା ଜାମସେଦପୁର:ଦୁଇ ବିଜେତାଙ୍କ ବିଦାୟ

Advertisment

ବଢ଼ିଲାନି ଦର୍ଶକଙ୍କ ସଂଖ୍ୟା:ସଫା ରହୁନି ଶୌଚାଳୟ

ବଢ଼ିଲାନି ଦର୍ଶକଙ୍କ ସଂଖ୍ୟା:ସଫା ରହୁନି ଶୌଚାଳୟ

ମିନର୍ଭାକୁ ମାତ୍‌ ଦେଲା ଜାମସେଦପୁର:ଦୁଇ ବିଜେତାଙ୍କ ବିଦାୟ

ଭୁବନେଶ୍ୱର: ଚଳିତ ବର୍ଷର ଆଇଲିଗ୍‌ ବିଜେତା ମିନର୍ଭା ପଞ୍ଜାବ ଏଫ୍‌ସି ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛି। ଏହି ଦଳକୁ ବିଦାୟ ରାସ୍ତା ଦେଖାଇଛି ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଜାମସେଦପୁର ଏଫ୍‌ସି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ରୋମାଞ୍ଚଭରା ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଜାମସେଦପୁର ୫-୪ (୦-୦) ସଡନ୍‌ ଡେଥ୍‌ର ପଞ୍ଜାବକୁ ମାତ୍‌ ଦେଇ ଚତୁର୍ଥ ଦଳ ଭାବେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି।
ଆଇଏସ୍‌ଏଲ୍‌ରେ କଳିଙ୍ଗ ଷ୍ଟାଡିୟମକୁ ନିଜର ଦ୍ୱିତୀୟ ଘରୋଇ ପଡ଼ିଆ କରିଥିବା ଜାମସେଦପୁର ମଙ୍ଗଳବାର ସୁପର କପ୍‌ରେ ଭଲ ଆରମ୍ଭ କରିଥିଲା। ମୀନର୍ଭା ପଞ୍ଜାବ ବଲ୍‌ ଗଡ଼ାଇ ଶୁଭାରମ୍ଭ କରିଥିଲେ ମଧ୍ୟ ଜାମସେଦପୁର ଦଳ ତୃତୀୟ ମିନିଟ୍‌ରୁ ଆକ୍ରମଣ ଆରମ୍ଭ କରି ଦେଇଥିଲା। କିନ୍ତୁ ଆଇ ଲିଗ୍‌ ବିଜେତା ଦଳର ରକ୍ଷଣଭାଗକୁ ଭେଦ କରି ପାରିନଥିଲା। ଉଭୟ ଦଳ ପ୍ରଥମାର୍ଧରେ କିଛି ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ। ଫଳରେ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟାର୍ଧରେ ଉଭୟ ଦଳ ଗୋଲ୍‌ ପାଇଁ କଡ଼ା ସଂଘର୍ଷ କରିଥିଲେ। କେହି କାହାରିକି ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ନିର୍ଧାରିତ ସମୟରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଅତିରିକ୍ତ ସମୟର ଶେଷ ୬ ମିନିଟ୍‌ରେ ମିନର୍ଭା ଦଳ ପ୍ରତିପକ୍ଷ ଜାମସେଦପୁର ଗୋଲ୍‌ ପୋଷ୍ଟ୍‍କୁ ଘନ ଘନ ଆକ୍ରମଣ କରି ୩ ଥର ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ୍‌ ରକ୍ଷକ ସଂଜୀବନ ଘୋଷ ଏସବୁକୁ ଅଟକାଇ ଦେଇଥିଲେ। ଶେଷରେ ଅତିରିକ୍ତ ସମୟରେ ମଧ୍ୟ ସ୍ଥିତି ୦-୦ ରହିଥିଲା। ମ୍ୟାଚ୍‌ ପେନାଲ୍‌ଟି ସୁଟ୍‌ ଆଉଟ୍‌କୁ ଯାଇଥିଲା। ଏଥିରେ ମିଳିଥିବା ୫ ଲେଖାଏଁ ସୁଯୋଗରେ ଉଭୟ ଦଳ ୩-୩ ଗୋଲ୍‌ କରିଥିଲେ। ଶେଷରେ ସଡନ୍‌ ଡେଥ୍‌ରେ ମ୍ୟାଚ୍‌ର ଫଳ ବହାରି ଥିଲା। ମିଳିଥିବା ପ୍ରଥମ ସୁଯୋଗକୁ ଉଭୟ ଦଳ ସଫଳତା ସହ ଗୋଲ୍‌ ପୋଷ୍ଟ୍‍କୁ ପଠାଇ ଦେଇଥିଲେ। ଦ୍ୱିତୀୟ ସୁଯୋଗରେ ପଞ୍ଜାବ ଗୋଲ୍‌ରେ ପରିଣତ କରି ପାରି ନଥିଲା। ଶେଷରେ ଜାମସେଦପୁର ସଫଳତା ସହ ଗୋଲ୍‌ ଦେଇ ମ୍ୟାଚ୍‌ ଜିତିନେଇଥିଲା। ଜାମସେଦପୁରର ଗୋଲ୍‌ ରକ୍ଷକ ସଂଜୀବନ ଘୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ତିନି ଦିନରେ ଦୁଇଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ର ଶ୍ରେଷ୍ଠ ୬ ଦଳ ସହ ଯୋଗ୍ୟତା ପର୍ଯ୍ୟାୟରୁ ବଞ୍ଚା ହୋଇଥିବା ଅନ୍ୟ ୪ ଦଳକୁ ନେଇ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରୁ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଲିଗ୍‌ର ବିଜେତା ବିଦାୟ ନେଇଛନ୍ତି। ୧୬ ଦଳୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌ ଏଫ୍‌ସି ଆଇଲିଗ୍‌ ଦଳ ଆଇଜଲ ଏଫ୍‌ସିଠାରୁ ପେନାଲ୍ଟି ସୁଟଆଉଟ୍‌ରେ ୩-୫ (୨-୨) ଗୋଲ୍‌ରେ ହାରି ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲା। ସୋମବାର ତୃତୀୟ ଦିନରେ ଆଇଲିଗ୍‌ ବିଜେତା ମିନର୍ଭା ପଞ୍ଜାବ ଦଳ ଘରୋଇ ଦଳ ଜାମସେଦପୁର ଏଫ୍‌ସିଠାରୁ ସେହି ପେନାଲ୍ଟି ସୁଟଆଉଟ୍‌ରେ ୪-୫ (୦-୦)ଗୋଲ୍‌ରେ ହାରି ବିଦାୟ ନେଇଛି। ଉଭୟ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଓ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଅବଶ୍ୟ କଳିଙ୍ଗ ଦର୍ଶକଙ୍କୁ ଉଲ୍ଲସିତ କରିଛି।

ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ୩ ଦିନ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଦର୍ଶକ ସଂଖ୍ୟା ବଢିବାର ନା ଧରୁନି। ଦ୍ୱିତୀୟ ଦିନ ରବିବାର ପଡ଼ିଥିବାରୁ ଦର୍ଶକ ସଂଖ୍ୟା କିଛିଟା ବୃଦ୍ଧି ଘଟିଥିଲା। ଏଥିରେ ମେହାନ ବାଗନ ଦଳର ସମର୍ଥକଙ୍କ ସଂଖ୍ୟା ଅଧିକ ରହିଥିଲା କିନ୍ତୁ ପ୍ରଥମ ଦିନ ପରି ତୃତୀୟ ଦିନ ମଧ୍ୟ ଷ୍ଟାଡିୟମ ଫାଙ୍କା ରହିଥିଲା। ଗ୍ୟାଲେରିରେ କିଛି ସ୍କୁଲ୍‌ ପିଲାଙ୍କୁ ଛାଡିଦେଲେ ସାଧାରଣ ଦର୍ଶକ ସଂଖ୍ୟା ବହୁ କମ୍‌ ରହିଥିଲା। ଏସୀୟ କ୍ରୀଡ଼ା ଏବଂ ହକି ବିଶ୍ୱଲିଗ୍‌ରେ ଯେପରି ଦର୍ଶକଙ୍କ ଭିଡ଼ ଜମିଥିଲା ତାହାର ପ୍ରତିଫଳରେ ଓଡ଼ିଶାକୁ ଆଇଏସ୍‌ଏଲ୍‌ ଏବଂ ସୁପର କପ୍‌ ଆୟୋଜନ କରିବାର ସୁଯୋଗ ମିଳିଥଲା। କିନ୍ତୁ ଦର୍ଶକ ସଂଖ୍ୟ ଯେପରି କମ୍‌ ରହିଛି ଆଗକୁ ବଡ଼ ପ୍ରତିଯୋଗିତା ଓଡ଼ିଶା ମିଳିବା ନେଇ ଅଶଙ୍କା ଦେଖା ଗଲାଣି।

କଳିଙ୍ଗ ଷ୍ଟାଡିୟମ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ଭାବେ ଗଣା ହେଲାଣି। ଏସୀୟ ଦୌଡ଼କୁଦ ସାଙ୍ଗକୁ ହକି ବିଶ୍ୱଲିଗ୍‌ ପରି ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଶେଷ ହେଲାଣି। କିନ୍ତୁ ଏହାର ଶୌଚାଳୟ ଗୁଡ଼ିକ ପୂରା ନଷ୍ଟ ହୋଇଗଲାଣି। ଏହାର ରକ୍ଷଣାବେକ୍ଷଣ ଠିକ୍‌ ନହେଲା ବୋଲି ଜଣା ପଡ଼ୁଛି। ଗତ ଏସୀୟ ଦୌଡ଼କୁଦ ବେଳେ ଷ୍ଟାଡିୟମର ନବୀକରଣ ହୋଇଥିଲା। ଏହି ସମୟରେ ଶୌଚାଳୟ ଗୁଡ଼ିକ ମଧ୍ୟ ସଜଡ଼ା ଯାଇ ଦାମୀ କମ୍ପାନୀର ସାମଗ୍ରୀ ସବୁ ଲାଗିଥିଲା। ଏବେ ରକ୍ଷଣା ବେକ୍ଷଣ ଅଭାବ ଓ ସଫା ନ ରଖିବା କାରଣରୁ ପରିଶ୍ରାଗାର ଏବଂ ବେସିନ୍‌ ଗୁଡ଼ିକରେ ଜମାଟ ବାନ୍ଧି ଗଲାଣି। ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe