ଜେଏଫ୍‌ସିର ଭୁବନେଶ୍ୱର ମ୍ୟାଚ୍‌ ନେଇ ଆମେ ଗର୍ବିତ: ବିଶାଳ କୁମାର ଦେବ

Advertisment

କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସି ସହିତ ୨୫ରେ ମୁକାବିଲା

କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସି ସହିତ ୨୫ରେ ମୁକାବିଲା

ଜେଏଫ୍‌ସିର ଭୁବନେଶ୍ୱର ମ୍ୟାଚ୍‌ ନେଇ ଆମେ ଗର୍ବିତ: ବିଶାଳ କୁମାର ଦେବ

ଭୁବନେଶ୍ୱର: ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌(ଆଇଏସ୍‌ଏଲ୍‌) ଫୁଟବଲ୍‌ରେ ଜାମସେଦପୁର ଫୁଟବଲ୍‌ କ୍ଲବ(ଜେଏଫ୍‌ସି)ର ଭୁବନେଶ୍ୱର ମ୍ୟାଚ୍‌ ନେଇ ଆମେ ଗର୍ବିତ। ଏହା ଦ୍ୱାରା ଏଠାକାର ଖେଳାଳି ଫୁଟବଲ୍‌ ପ୍ରତି ଅଧିକ ଆକର୍ଷିତ ହେବେ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିସନର କମ୍‌ ସେକ୍ରେଟାରୀ ବିଶାଳ କୁମାର ଦେବ କହିଛନ୍ତି।

ସ୍ଥାନୀୟ ଏକ ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶାଳ କୁମାର ଦେବ କହିଛନ୍ତି, ଫୁଟବଲ ପ୍ରିୟଙ୍କୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସ୍ତରର ମ୍ୟାଚ୍‌ର ଅନୁଭୂତି ମିଳିବ। ଏଥି ପାଇଁ ଆଇଏସ୍‌ଏଲ୍‌ ନିୟମ ଅନୁସାରେ କଳିଙ୍ଗ ଷ୍ଟାଡିୟମରେ ଉନ୍ନତ ବ୍ୟବସ୍ଥା ଓ ସୁବିଧା କରାଯାଇଛି। ଖେଳାଳିଙ୍କ ଡ୍ରେସିଂ ରୁମକୁ ମଧ୍ୟ ତିଆରି କରାଯାଇଛି। ସେହିଭଳି ମ୍ୟାଚ୍‌ ଗ୍ରାଉଣ୍ଡକୁ ଓ ଅଭ୍ୟାସ ଗ୍ରାଉଣ୍ଡରେ ମଧ୍ୟ କାମ କରାଯାଇଛି। ସେ କହିଛନ୍ତି ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ମିଡିଆ ସେଲ ଖୋଲାଯିବ।

ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର-କଟକ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଗୋପାଳପୁର ପ୍ରକଳ୍ପର ଉପ-ସଭାପତି ଅରୁଣ ମିଶ୍ର ଆଦି ଉପସ୍ଥିତ ଥିଲେ। ସେମାନେ କହିଥିଲେ ଯେ, ବେଙ୍ଗାଲୁରୁ ଏଫ୍‌ସି ସହିତ ଫେବ୍ରୁଆରି ୨୫ରେ ହେବାକୁ ଥିବା ମୁକାବିଲା ପାଇଁ ଅଧିକ ଭିତ୍ତିଭୂମିର ବିକାଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe