ଜନ୍ମେଜୟ ମିଷ୍ଟର୍‌ ବେଙ୍ଗଲ୍‌

Advertisment
ଜନ୍ମେଜୟ ମିଷ୍ଟର୍‌ ବେଙ୍ଗଲ୍‌

ଭୁବନେଶ୍ୱର: କୋଲ୍‌କାତାରେ କରାଟେ ସହିତ ସୁନ୍ଦରସ୍ୱାସ୍ଥ୍ୟରେ ବି ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ନଜରକୁ ଆସିଛି। କରାଟେକା ପାୟଲ ବରାଳଙ୍କ ଜାତୀୟ ସ୍ୱର୍ଣ୍ଣ ପଦକ ବିଜୟ ସହ ତାଳ ଦେଇ ରାଜ୍ୟର ଆଗଧାଡ଼ିର ସୁନ୍ଦରସ୍ୱାସ୍ଥ୍ୟ କ୍ରୀଡ଼ାବିତ୍‌ ଜନ୍ମେଜୟ ମହାନ୍ତି ମିଷ୍ଟର୍‌ ବେଙ୍ଗଲ୍‌ ଆଖ୍ୟା ଅର୍ଜନ କରିଛନ୍ତି। ୪ ଥର ସର୍ବଭାରତୀୟ ଡାକଶ୍ରୀ ମୁକୁଟ ବିଜେତା ଜନ୍ମେଜୟ ଶନିବାର ରାତିରେ ଅନୁଷ୍ଠିତ ପଶ୍ଚିମବଙ୍ଗ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିିଯୋଗିତାର ୭୫ କିଲୋଗ୍ରାମ ଓଜନ୍‌ ବର୍ଗରେ ବିଜେତା ହୋଇ ମିଷ୍ଟର୍‌ କୋଲ୍‌କାତା ବିବେଚିତ ହୋଇଛନ୍ତି। କୋଲ୍‌କାତାର ଗରିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୬୫ ଜଣ ଭାଗ ନେଇଥିଲେ। ୭୫ କିଲୋଗ୍ରାମରୁ ଉର୍ଧ୍ୱ ଓଜନ ବର୍ଗରେ ଭାଗ ନେଇଥିବା ୮୫ କେଜି ଓଜନ ବିଶିଷ୍ଟ ଜନ୍ମେଜୟ ପ୍ରଥମ ସ୍ଥାନରେ ରହିବା ଉଲ୍ଲେଖନୀୟ ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe