ଭୁବନେଶ୍ବର/ଧଉଳି: ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ ଲାଗି ଭୁବନେଶ୍ବରରେ ଥିବା ଜାପାନ ଦଳ ଗୁରୁବାର ଧୁଉଳି ଶାନ୍ତି ସ୍ତୁପ ବୁଲି ଦେଖିଛନ୍ତି। ୨୬ ଜଣିଆ ଏହି ଦଳକୁ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ପରିଦର୍ଶନ କରାଇଥିେଲ। ଏହି ଅବସରରେ ସେମାନଙ୍କୁ ପଇଡ଼ ପାଣି ପିଇବାକୁ ଦିଆଯାଇଥିଲା। ଜାପାନ ଖେଳାଳିମାନେ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ପର୍ଯ୍ୟଟକ ଓ ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ। ବୌଦ୍ଧ ଧର୍ମ ଆଧାରିତ ଧଉଳି ଶାନ୍ତି ସ୍ତୁପ ୧୯୭୨ରେ ଜାପାନ୍ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ମିଳିତ ସହଯୋଗରେ ଗଠନ କରାଯାଇଥିଲା।
ଧଉଳି ବୁଲିଲେ ଜାପାନ୍ ହକି ଦଳ
Advertisment
Follow Us