କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସନ୍ସାଇନ ପଡ଼ିଆରେ ଅନୁଷ୍ଠିତ ୟଶପାଲ ମହାନ୍ତି ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ବର ବାର୍ ଆସୋସିଏସନ୍ ବିଜେତା ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭୁବନେଶ୍ବର ବାର୍ ୩୬ ରନ୍ରେ ହାଇକୋର୍ଟ ବାର୍ ଆସୋସିଏସନକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟି˚ କରିଥିବା ଭୁବନେଶ୍ବର ବାର୍ ୨୦ ଓଭରରେ ୪ ଵିକେଟ୍ ହରାଇ ୧୪୭ ରନ୍ କରିଥିଲା। ସୁମନ ରାଉତରାୟ ଅପରାଜିତ ୫୮ ରନ୍ କରିଥିଲାବେଳେ ଜୟନ୍ତ ଜେନା ୩୦, ପ୍ରିୟମ ମଲ୍ଲିକ ୨୨, ଲେଲିନ୍ କର କାନୁନ୍ଗୋ ୧୭ ରନ୍ କରିଥିଲେ। ହାଇକୋର୍ଟ ବାର୍ର ପ୍ରିନ୍ସ ପଟ୍ଟନାୟକ ୨, ସିଦ୍ଧାର୍ଥ ରାୟ ଓ ସତ୍ୟ ମହାପାତ୍ର ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ୧୪୮ ରନ୍ର ଲକ୍ଷ୍ୟକୁ ପିଛା କରି ହାଇକୋର୍ଟ ବାର୍ ୮ ଵିକେଟ୍ ବିନିମୟରେ ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ଜୟନ୍ତ ଜେନା ୨, ରାକେଶ ଜେନା ୨, ଲେଲିନ୍କର ଓ ମୋହନ ସାହୁ ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଚାରପତି ସଙ୍ଗମ ସାହୁ ଓ ହାଇକୋର୍ଟ ବାର୍ର ସମ୍ପାଦକ ଶ୍ରୀକାନ୍ତ ନାୟକ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅର୍ଧଶତକୀୟ ପାଳି ପାଇଁ ବିଜୟୀ ଦଳର ସୁମନଙ୍କୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଦିଆଯାଇଥିଲା। ଏହି ପ୍ରତିଯୋଗିତା ଜାନୁଆରି ୨୫ ତାରିଖରୁ ଆରମ୍ଭ ହୋଇଥିଲା।
ୟଶପାଲ ମହାନ୍ତି ସ୍ମାରକୀ କ୍ରିକେଟ୍:ଭୁବନେଶ୍ବର ବାର୍ ବିଜେତା
Advertisment
Follow Us