ଇସିବି ଚୁକ୍ତିରୁ ଓହରିଲେ ଜାସନ୍ ରୟ

ଇସିବି ଚୁକ୍ତିରୁ ଓହରିଲେ ଜାସନ୍ ରୟ

India TV News

ଲଣ୍ଡନ୍ : ଇଂଲଣ୍ଡ ସୀମିତ ଓଭର କ୍ରିକେଟ୍ ଧଳର ଓପନିଂ ବ୍ୟାଟର୍‌ ଜାସନ୍ ରୟ ଇସିବି (ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ)ର ପଦୋନ୍ନତି ଭତ୍ତିକ ଚୁକ୍ତିକୁ ପ୍ରତ୍ୟାଖାନ କରିଦେଇଛନ୍ତି। ଆମେରିକାରେ ମେଜର ଲିଗ୍ କ୍ରିକେଟ୍ (ଏମ୍‌ଏଲସି) ଖେଳିବାକୁ ସେ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଛନ୍ତି। ଇସିବି କିନ୍ତୁ ଜାସନ ରୟଙ୍କୁ ପ୍ରତିଶ୍ରୁତି ଦେଇଛି ତାଙ୍କୁ ଭବିଷ୍ୟତରେ ଧଳାବଲ୍‌ କ୍ରିକେଟ୍ ଦଳ ଚୟନ ବେ‌ଳେ ବିଚାରକୁ ନେବ। ବିଶ୍ବବ୍ୟାପୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଲୋକପ୍ରିୟତା ଓ ଲିଗ୍ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଜାସନ ରୟଙ୍କ ଭାରି ଚାହିଦା ରହିଛି। ସେହି ଦୃଷ୍ଟିରୁ ଖେଳାଳିମାନେ ଜାତୀୟ ଦଳ ପାଇଁ କେତେ ସମୟ ଦେବେ ଏବଂ କେଉଁ ଲିଗ୍‌ ‌ଖେଳିବେ ବିଚାର କରି ଯୋଜନା ପ୍ରସ୍ତୁତ କରୁଛନ୍ତି।

ଜାସନ୍ ରୟଙ୍କ ସହ ରିସ୍ ଟପ୍‌ଲେ, ହାରି ବ୍ରୁକ୍‌, ଦାୱିଦ ମଲାନ, ମାଥ୍ୟୁ ପଟ୍‌ସ ଏବଂ ଡେଭିଡ୍‌ ୱିଲି ଏବେ ଇସିବିର ଅନ୍ତର୍ଜାତୀୟ ଚୁକ୍ତିରେ ରହିଛନ୍ତି। ଏଥିପାଇଁ ତାଙ୍କୁ ବାର୍ଷିକ ୬୬,୦୦୦ ପାଉଣ୍ଡ୍‌ ମିଳୁଛି। ମେଜର ଲିଗ୍ କ୍ରିକେଟ୍ ଖେଳିବା ସମ୍ପର୍କରେ ଜାସନ୍ ରୟ ବୋର୍ଡକୁ ଜଣାଇ ଦେଇଥିବା ଇସିବି ପ୍ରକାଶ କରିଛି। ଇସିବିର ଅବଶିଷ୍ଟ ଅନ୍ତର୍ଜାତୀୟ ଚୁକ୍ତିରୁ ସେ ଓହରିଯାଇଛନ୍ତି। ଉଭୟ ପକ୍ଷ ଏଥିରେ ସହମତ ହୋଇଛନ୍ତି। ଇଂଲଣ୍ଡ କ୍ରିକେଟ୍ ପାଇଁ ଇସିବି ଏବେ ବି ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଛି। ଇଂଲଣ୍ଡ ପାଇଁ ପ୍ରତିନିଧିତ୍ବ କରିବା ମୋ ପେସାଦାର କ୍ରିକେଟ୍ ଜୀବନର ଗୌରବମୟ ମୁହୂର୍ତ। ଆଶା ରଖିଛି ଇଂଲଣ୍ଡ ପାଇଁ ଅଧିକ ବର୍ଷ ଖେଳିବି, ଏହା ମଧ୍ୟ ମୋ ଅଗ୍ରାଧିକାର ‌ରହିଛି ବୋଲି ଜାସନ୍ କହିଛନ୍ତି। ଏକମାତ୍ର ଫର୍ମାଟରେ ଖେଳୁଥିବାରୁ ସେ କେନ୍ଦ୍ରୀୟ ଚୁକ୍ତିରେ ନଥିଲେ। ଏହା ତାଙ୍କୁ ବିକଳ୍ପ ଖୋଜିବାର ବାଟ ଦେଖାଇଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେଜର ଲିଗ୍ କ୍ରିକେଟ୍ (ଏମ୍ଏଲ୍‌ସି)‌ ଟେକ୍ସାସ୍‌ର ଗ୍ରାଣ୍ଡ୍‌ ପାଇରି ଷ୍ଟାଡିୟମ୍‌ରେ ଜୁଲାଇ ୧୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଜାସନ୍ ରୟ ଲସ୍‌ ଏଞ୍ଜେଲ୍ସ ନାଇଟ୍ ରାଇଡର୍ସରୁ ଖେଳିବା ପାଇଁ ରାଜି ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ସେ ଆଇପିଏଲ୍‌ ଖେଳିଥା’ନ୍ତି। ଉଭୟ ଫ୍ରାଞ୍ଚାଇଜ୍ ଭାରତୀୟ ଅଭିନେତା ଶାହାରୁଖ୍ ଖାନ୍‌ଙ୍କର। ଏହା ଛଡ଼ା ସେ କ୍ରିକେଟ୍ ଭିକ୍ଟୋରିଆ ଓ କ୍ରିକେଟ୍ ନ୍ୟୁ ସାଉଥ୍ ୱେଲ୍ସ ପାଇଁ ମଧ୍ୟ ଖେଳିବାକୁ ଚୁକ୍ତିବଦ୍ଧ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe