ଗାଙ୍ଗୁଲିଙ୍କ ହସ୍ତକ୍ଷେପ; ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ରଣଜୀ ଖେଳିଲେନି

Advertisment
୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଧକ୍କା, ଆହତ କାରଣରୁ ଦଳରୁ ବାଦ ପଡ଼ିଲେ ବୁମରା

gulfnews.com

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ସାମିଲ ହେବା ପରେ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁ୍‌ମ୍‌ରାଙ୍କ ପ୍ରତ୍ୟାବର୍ତନ ପ୍ରାୟତଃ ନିଶ୍ଚିତ ହୋଇଯାଇଥିଲା। ହେଲେ ଆହତରୁ ମୁକୁଳିଥିବାରୁ ତାଙ୍କୁ ଫିଟ୍‌ନେସ୍‌ ପ୍ରମାଣ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଥିବା କେରଳ ବିପକ୍ଷ ରଣଜୀ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିଲା। ଗୁଜରାଟ ପକ୍ଷରୁ ସେ ରଣଜୀ ଖେଳିଥାନ୍ତେ। ଗତ ଅଗଷ୍ଟରୁ ସେ ଜାତୀୟ ଦଳରୁ ବାହା‌ରେ ରହିଥିଲେ। ତେବେ ୨୦୨୦ରେ ଭାରତୀୟ ଦଳର ବ୍ୟସ୍ତବହୁଳ ସୂଚୀ ରହିଥିବାରୁ ଏବଂ ଅଷ୍ଟ୍ରେଲିଆରେ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ବୁମ୍‌ରା ପୂରା ସୁସ୍ଥ ହେବାକୁ ଦଳୀୟ କର୍ତୃପକ୍ଷ ଚାହିଁଥିଲେ। ଏହାକୁ ନେଇ ମନୋନୟନକର୍ତାମାନେ ଗୁଜରାଟ ଦଳ ସହ କଥା ହୋଇଥିଲେ। ଏପରିକି ରଣଜୀ ମ୍ୟାଚ୍‌ରେ ଦିନକୁ ମାତ୍ର ୪ରୁ ୮ ଓଭର ବୁମ୍‌ରାଙ୍କୁ ବୋଲିଂ ଦେବାକୁ କହିଥିଲେ। ହେଲେ ଗୁଜରାଟ ଦଳ ଏହାକୁ ଗ୍ରହଣ କରିପାରିନଥିଲା। ଫଳରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଥିରେ ହସ୍ତକ୍ଷେପ କରିଥିଲେ। ବୁମ୍‌ରା ରଣଜୀ ଖେଳିବା ପରିବର୍ତେ ଆହୁରି ବିଶ୍ରାମ ନିଅନ୍ତୁ ବୋଲି ଗାଙ୍ଗୁଲି ଚାହିଁଲେ। ସେଥିପାଇଁ ବୁମ୍‌ରାଙ୍କୁ ରଣଜୀ ଖେଳିବାରୁ ଗାଙ୍ଗୁଲି ଦୂରେଇ ରଖିଲେ। ଗାଙ୍ଗୁଲିଙ୍କ କହିବା କଥା, ବୁମ୍‌ରା ଏବେ ଟ୍ବେଣ୍ଟି-୨୦ରେ ୪ ଓଭର ଏବଂ ଦିନିକିଆରେ ୧୦ ଓଭର ବୋଲିଂ କରନ୍ତୁ। ଟେଷ୍ଟ୍‌ ଖେଳିବାକୁ ନ୍ୟୁଜିଲାଣ୍ଡ୍‌ ଗସ୍ତ ପାଇଁ ଢେର ସମୟ ରହିଛି। ସେଥିପାଇଁ ବ୍ୟସ୍ତ ହେବାର ନାହିଁ। ରଣଜୀ ନଖେଳିଲେ ବି ସେତେବେଳକୁ ବୁମ୍‌ରାଙ୍କ ଫିଟ୍‌ନେସ୍‌ ଠିକ୍‌ ହୋଇଯାଇଥିବ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe