ପୂର୍ବତନ ପାକିସ୍ତାନୀ କ୍ରିକେଟର ମିଆଁଦାଦଙ୍କୁ ହଜମ ହେଉନାହିଁ କାର୍ତ୍ତିକଙ୍କ ବିଜୟୀ ଛକା

Advertisment

ଶେଷ ବଲକୁ ଛକା ମାରିବା ପାଇଁ ଦୃଢ଼ ଆତ୍ମବିଶ୍ୱାସ ଦରକାର: ମିଆଁଦାଦ

ଶେଷ ବଲକୁ ଛକା ମାରିବା ପାଇଁ ଦୃଢ଼ ଆତ୍ମବିଶ୍ୱାସ ଦରକାର: ମିଆଁଦାଦ

ପୂର୍ବତନ ପାକିସ୍ତାନୀ କ୍ରିକେଟର ମିଆଁଦାଦଙ୍କୁ ହଜମ ହେଉନାହିଁ କାର୍ତ୍ତିକଙ୍କ ବିଜୟୀ ଛକା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ୍‌ ମିଆଁଦାଦ ନିଦାହାସ ଟ୍ରଫିର ମ୍ୟାଚ୍‌ରେ ଦିନେଶ କାର୍ତ୍ତିକଙ୍କ ଦ୍ୱାରା ଶେଷ ବଲରେ ଛକାକୁ ତୁଳନା କରାଯିବା ନେଇ ବଡ଼ ବୟାନ ଦେଇଛନ୍ତି। ମିଆଁଦାଦ ପ୍ରଶ୍ନ କରିଛନ୍ତି, ଏହି ମ୍ୟାଚ୍‌ରେ ପିଚ୍‌ରୁ ବାଉଣ୍ଡ୍ରି ଲାଇନ୍‌ ପର୍ଯ୍ୟନ୍ତ ଦୂରତା କେତେ ମିଟର ଥିଲା। ଗତ ରବିବାର ବାଂଲାଦେଶ ବିରୋଧରେ ଭାରତର ଅଭିଜ୍ଞ ଖେଳାଳି ଦିନେଶ କାର୍ତ୍ତିକ ଶେଷ ବଲକୁ ଛକା ମାରି ଭାରତକୁ ବିଜୟ ଦେଇଥିଲେ। ଏହି ଛକାକୁ କିଛି ପ୍ରଶଂସକ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ସହିତ ତୁଳନା କରିଛନ୍ତି। ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ୧୯୮୬ରେ ଭାରତ ବିପକ୍ଷରେ ଜାଭେଦ୍‌ ମିଆଁଦାଦ ଚେତନ ଶର୍ମାଙ୍କ ଶେଷ ବଲକୁ ଛକା ମାରି ଦଳକୁ ବିଜୟ ଦେଇଥିଲେ।

ମିଆଁଦାଦ କହିଛନ୍ତି, ଆଧୁନିକ କ୍ରିକେଟ୍‌ରେ ଶେଷ ବଲରେ ଛକା ମାରିବା ସାଧାରଣ ଘଟଣା। ମୋର ଛକା ସବୁବେଳେ ଅନ୍ୟ ଖେଳାଳିଙ୍କର ଛକାକୁ ତୁଳନା କରାଯାଉଛି କିନ୍ତୁ ମନେ ରଖିବା ଦରକାର ଯେ, ସେହି ସମୟରେ ଶେଷ ବଲରେ ଛକା ମାରିବା କଷ୍ଟକର କାମ ଥିଲା। କୌଣସି ବ୍ୟାଟ୍ସମ୍ୟାନ ସେହି ଛକା ବିଷୟରେ କଳ୍ପନା କରିପାରିବେ ନାହିଁ। ଗଣମାଧ୍ୟମକୁ ମିଆଁଦାଦ କହିଛନ୍ତି, ସେହି ସମୟରେ ବୋଲିଂ କରିବା ମଧ୍ୟ କଷ୍ଟ ଥିଲା ଓ ମ୍ୟାଚ୍‌ରେ ଲଢ଼େଇ ଦେଖିବାକୁ ମିଳୁଥିଲା। ଆଜିକାଲି ଟି-୨୦ ଆରମ୍ଭ ହେବା ପରେ ପାଓ୍ଵାର ସର୍ଟ ଖେଳିବା ସାଧାରଣ ହୋଇ ଯାଇଛି। ଗୋଟିଏ ଓଭରରେ ୩୦ ରନ୍‌ ଯୋଡ଼ିବା ସହଜ ହୋଇ ଯାଇଛି।

publive-image

‘ବ୍ୟକ୍ତିଗତ କାମରେ ବ୍ୟସ୍ତତା ଯୋଗୁଁ କାର୍ତ୍ତିକଙ୍କ ଖେଳ ଦେଖିପାରି ନାହିଁ କିନ୍ତୁ ମ୍ୟାଚ୍‌ ସମ୍ପର୍କରେ ଖବରକାଗଜରୁ ପଢ଼ିଛି। ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଥିବାରୁ ମୁଁ କାର୍ତ୍ତିକଙ୍କୁ ଅଭିନନ୍ଦନ ଜଣାଉଛି’ ବୋଲି ମିଆଁଦାଦ କହିଛନ୍ତି। ଶେଷ ବଲ ଛକାମାରିବାକୁ ବହୁତ ବଡ଼ ଆତ୍ମବିଶ୍ୱାସ ଦରକାର ପଡ଼ିଥାଏ। ମୋର ଦ୍ୱାରା ଶେଷ ବଲରେ ମରାଯାଇଥିବା ଛକାକୁ ଆଜି ବି ମନେ କରାଯାଉଛି, ସେଥିପାଇଁ ମୁଁ ଗର୍ବିତ। ସବୁଠାରୁ ବଡ଼ କଥା ଯେ, ୩୨ ବର୍ଷ ତଳେ ମରାଯାଇଥିବା ଛକାକୁ ଆଜି ବି ଦର୍ଶକ ମନେ ରଖିଛନ୍ତି।

ଟିମ୍‌ ଇଣ୍ଡିଆ ନିଦାହାସ ଟ୍ରଫି ଫାଇନାଲ ଜିତି ଇତିହାସ ରଚିଛି। କୌଣସି ଟିମ୍‌ ଶେଷ ବଲକୁ ଛକା ମାରି କୌଣସି ବି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଜିତିବା ଏହା ଥିଲା ୨ୟ ଘଟଣା।

ସୂଚନାଯୋଗ୍ୟ ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ୬ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିବା ସହିତ ବାଂଲାଦେଶକୁ ପରାସ୍ତ କରିଥିଲା। ରୋହିତ ଶର୍ମା(୫୬) ଓ ଦିନେଶ କାର୍ତ୍ତିକ(୨୯) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ୩ ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନ ଚାପଗ୍ରସ୍ତ ହୋଇ ଖେଳୁଥିଲେ। ୨୦ତମ ଓଭରରେ ଭାରତକୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ସଙ୍କଟମୋଚନ ସାଜି ଭାରତ ପାଇଁ ବିଜୟ ଆଣିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe