ସେପ୍ଟେମ୍ବରରେ ଜାଭ୍‌ଲିନ୍‌ ମହୋତ୍ସବ: ନୀରଜଙ୍କ ସହ ଯୋଗଦେବେ ବିଶ୍ବର ଶ୍ରେଷ୍ଠ ୧୦

Advertisment

ଏହି ପ୍ରତିଯୋଗିତାରେ ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ବିଶ୍ବର ଶ୍ରେଷ୍ଠ ୧୦ ଖେଳାଳି ଅଂଶଗ୍ରହଣ କରିବେ ‌ବୋଲି ମଙ୍ଗଳବାର ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ଏହି ପ୍ରତିଯୋଗିତାରେ ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ବିଶ୍ବର ଶ୍ରେଷ୍ଠ ୧୦ ଖେଳାଳି ଅଂଶଗ୍ରହଣ କରିବେ ‌ବୋଲି ମଙ୍ଗଳବାର ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ଘୋଷଣା କରାଯାଇଛି।

hfhfh

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ସେପ୍ଟେମ୍ବରରେ ବିଶ୍ବସ୍ତରୀୟ ଜାଭ୍‌ଲିନ୍‌ ପ୍ରତିଯୋଗିତା ଆୟୋଜନ କରିବ। ଏହି ପ୍ରତିଯୋଗିତାରେ ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ବିଶ୍ବର ଶ୍ରେଷ୍ଠ ୧୦ ଖେଳାଳି ଅଂଶଗ୍ରହଣ କରିବେ ‌ବୋଲି ମଙ୍ଗଳବାର ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ ଜାଭ୍‌ଲିନ୍‌ର ଲୋକପ୍ରିୟତା ବଢ଼ିବାକୁ ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ନୀରଜ ‌ସ୍ବର୍ଣ୍ଣ ପଦକ ଜିତିବା ପରେ ଅଗଷ୍ଟ ୭ ତାରିଖ ଜାତୀୟ ଜାଭ୍‌ଲିନ୍‌ ଦିବସ ଭାବେ ଭାରତରେ ପାଳନ କରାଯାଉଛି। 

ଏହି ପ୍ରତିଯୋଗିତା ସହ ଭାରତ ୨୦୨୯ ବିଶ୍ବ ପ୍ରତିଯୋଗିତା ଏବଂ ୨୦୨୭ ବିଶ୍ବ ରିଲେ ଆୟୋଜନ କରିବା ଲାଗି ଆଗ୍ରହ ‌ଦେଖାଇଛି। ଏଥିସହ ୨୦୨୮ ବିଶ୍ବ କନିଷ୍ଠ ପ୍ରତିଯୋଗିତା ଆୟୋଜନ ଲାଗି ଏଏଫ୍‌ଆଇ ଆବେଦନ ମଧ୍ୟ କରିଛି। ଗତ ନଭେମ୍ବରରେ ବିଶ୍ବ ଦୌଡ଼କୁଦ ସଂଘ ମୁଖ୍ୟ ସେବାସ୍ତିଆନ୍‌ କୋଏ ଭାରତ ଗସ୍ତ କରି ଭିତ୍ତିଭୂମି ତଦାରଖ କରି ଫେରିଛନ୍ତି। ମଙ୍ଗଳବାର ଶେଷ ହୋଇଥିବା ଏଏଫ୍‌ଆଇ ବାର୍ଷିକ ସାଧାରଣ ବୈଠକର ପ୍ରଥମ ଦିନରେ ପୂର୍ବତନ ସଭାପତି ଆଦିଲ ସୁମେରିୱାଲା କହିଛନ୍ତି ଯେ ‘‘ଭାରତରେ ଏକ ବଡ଼ ଜାଭ୍‌ଲିନ୍‌ ପ୍ରତିଯୋଗିତା ଚଳିତ ବର୍ଷ ସେପ୍ଟେମ୍ବରରେ ହେବାର ସମ୍ଭାବନା ରହିଛି। ଜେଏସ୍‌ଡବ୍‌ଲ୍ୟୁ, ଏକ ବିଦେଶୀ ସଂସ୍ଥା ଓ ଏଏଫ୍‌ଆଇ ମିଳିତ ସହଯୋଗରେ ଅନୁଷ୍ଠିତ ହେବ ଏହି ଆମନ୍ତ୍ରଣୀୟ ପ୍ରତିଯୋଗିତା। ଏଥିରେ ନୀରଜଙ୍କ ସହ ବିଶ୍ବର ଶ୍ରେଷ୍ଠ ୧୦ ପ୍ରତିଯୋଗୀ ଭାଗନେବେ। ଏଏଫ୍‌ଆଇର ସୂଚୀରେ ଥିବା ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe