ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ଗୋରୁମହିଷାଣୀ ନିକଟସ୍ଥ ଜାମବଣୀ ଗ୍ରାମରେ ଜେସିସି କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଳକ୍ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ କୁଲେଶିଲା ପୂର୍ବତନ ସରପଞ୍ଚ ରମଚନ୍ଦ୍ର ନାଏକ, ଶ୍ରମିକ ନେତା ନିନା ଦାସ, ସମାଜସେବୀ ଅଞ୍ଜନ ମଣ୍ଡଳ, ଯୁବ ସାମ୍ୱାଦିକ ତୁଷାର କାନ୍ତ ମହାନ୍ତ, ସୁବ୍ରତ ନାହାଁନ୍ତି, ଅବସରପ୍ରାପ୍ତ ଶିକ୍ଷକ ବାବୁଲୁ ଗିରି, ଶିକ୍ଷାବିତ୍ ଅରୁଣ ମୁଣ୍ଡା, ବରିଷ୍ଠ ନାଗରିକ ହରିପଦ ବେହେରା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ ଜେଏମଏମ୍ ୧୧ ଓ ଏସଆର୍ କିଙ୍ଗ ଦଳ ମଧ୍ୟରେ ହୋଇଥିଲା।
ଆହୁରି ପଢ଼ନ୍ତୁ: ୮୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଯୁବକ ଗିରଫ
ଜେଏମଏମ୍ ୧୧ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪ ୱିକେଟ ହରାଇ ୧୩୮ ରନ୍ କରିଥିବା ବେଳେ ଏସଆର୍ କିଙ୍ଗ ଟିମ୍ ୯.୩ ଓଭରରେ ୩ ୱିକେଟ ହରାଇ ୧୩୯ ରନ୍ କରି ବିଜୟୀ ହୋଇଥିଲା। ଏସଆର୍ କିଙ୍ଗ ଟିମର ବାରିଶ୍ ହୁସେନ ୩୪ ବଲ୍ ରେ ୮୬ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ୍ ପାଇଥିଲେ। ଉକ୍ତ ଟୁର୍ଣାମେଣ୍ଟକୁ କମିଟିର ସଭାପତି ଅଭିଷେକ ବେହେରା ଓ ସମ୍ପାଦକ ଅଭିମନ୍ୟୁ ମୁଣ୍ଡା ପରି କରିଥିବା ବେଳେ ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହୋଯଗ କରିଥିଲେ।
ଆହୁରି ପଢ଼ନ୍ତୁ: କୋଣାର୍କରେ କଲରାପତରିଆ ବାଘ! ଲୋକେ ଆତଙ୍କିତ
ଆମ୍ପାୟର ଭାବେ ରାଜୁ ମହାନ୍ତ,ହେମ ପାତ୍ର ଓ ଜେରାଇ ବାବୁ ପରିଚାଳନା କରିଥିଲେ। ମ୍ୟାଚରେ ଚାମ୍ପ ଭାଇ ଧାରା ବିବରଣୀ ପ୍ରଦାନ କରିଥିଲେ। ତେବେ ୭ ଦିନ ଧରି ଏହି ଟୁର୍ଣାମେଣ୍ଟ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
Cricket | Sports | Mayurbhanj