ଜେମିମା ରୋଡ୍ରିଗେଜ-ସ୍ମୃତି ମନ୍ଧାନାଙ୍କୁ ଆଇସିସି ର‍୍ୟାଙ୍କିଙ୍ଗରେ ୨ୟ ଏବଂ ୬ଷ୍ଠ ସ୍ଥାନ

Advertisment
ଜେମିମା ରୋଡ୍ରିଗେଜ-ସ୍ମୃତି ମନ୍ଧାନାଙ୍କୁ ଆଇସିସି ର‍୍ୟାଙ୍କିଙ୍ଗରେ ୨ୟ ଏବଂ ୬ଷ୍ଠ ସ୍ଥାନ

ଦୁବାଇ: ଭାରତୀୟ ମହିଳା କ୍ରିକେଟର ଜେମିମା ରୋଡ୍ରିଗ୍ରେଜ ଏବଂ ସ୍ମୃତି ମନ୍ଧାନା ୪ ପାଦ ଉନ୍ନୀତ ହୋଇ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଟି-୨୦ ର‍୍ୟାଙ୍କିଙ୍ଗରେ କ୍ରମାଗତ ଭାବରେ ୨ୟ ଏବଂ ୬ଷ୍ଠ ସ୍ଥାନରେ ପହଂଚିଛନ୍ତି। ଭାରତକୁ ୩ ମ୍ୟାଚର ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୩-୦ରେ ହରାଇଥିଲା। ରୋଡ୍ରିଗେଜ ୩ ମ୍ୟାଚର ଶୃଙ୍ଖଳାରେ ୧୩୨ ରନ ସଂଗ୍ରହ କରିଥିଲେ। ମନ୍ଧାନା ୧୮୦ ରନ ଯୋଡ଼ି ୪ଟି ସ୍ଥାନ ଆଗକୁ ଆସିଛନ୍ତି।

publive-image

ବୋଲିଂରେ ସ୍ପିନର ରାଧା ଯାଦବ ୧୮ଟି ସ୍ଥାନ ଅତିକ୍ରମ କରି ୧୦ମ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଦୀପ୍ତି ଶର୍ମା ୫ଟି ସ୍ଥାନ ଉନ୍ନୀତ କରି ୧୪ତମ ସ୍ଥାନରେ ପହଂଚିଛନ୍ତି। ନ୍ୟୁଜିଲାଣ୍ଡର ସୋଫି ଡେଓ୍ଵାଇନ ୧୧ତମ ସ୍ଥାନରୁ ୮ମ ସ୍ଥାନକୁ ପହଂଚିଛନ୍ତି। ଅଧିନାୟିକା ଆମି ସେଟଥେଓ୍ଵଟ ୨୩ତମ ସ୍ଥାନରୁ ୧୭ତମ ସ୍ଥାନରେ ପହଂଚିଛନ୍ତି। ୱେଷ୍ଟଇଣ୍ଡିଜର ଡିଏଣ୍ଡ୍ରା ଡୋଟିନ ଶୀର୍ଜରେ ଅଛନ୍ତି। ବ୍ୟାଟିଂରେ ପାକିସ୍ତାନୀ ଅଧିନାୟିକା ବିସମାହ ମାରୁଫ ୩ଟି ସ୍ଥାନ ଅତିକ୍ରମ କରି ୧୫ତମ ସ୍ଥାନରେ ପହଂଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe