ଅଷ୍ଟ୍ରେଲିଆ ଦଳରୁ ଝେ ରିଚାର୍ଡସନ୍‌ ବାଦ୍‌; କେନ୍‌ଙ୍କୁ ଡକରା

Advertisment
ଅଷ୍ଟ୍ରେଲିଆ ଦଳରୁ ଝେ ରିଚାର୍ଡସନ୍‌ ବାଦ୍‌; କେନ୍‌ଙ୍କୁ ଡକରା

ବ୍ରିସ୍‌ବେନ୍‌: ଆହତ ଝେ ରିଚାର୍ଡସନ୍‌ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ୟୁଏଇରେ ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ବେଳେ ସେ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତଥାପି କାନ୍ଧରେ ଅସ୍ତ୍ରୋପଚାରକୁ ସେ ଏଡାଇ ଯାଇଥିଲେ। ତେବେ ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆର ପ୍ରସ୍ତୁତି ଶିବିର ବେଳେ ସେ ଆଦୌ ସୁସ୍ଥ ହୋଇନଥିବା ସ୍ପଷ୍ଟ ହୋଇଥିଲା। ନେଟ୍‌ସରେ ସେ ବୋଲିଂ କରିବାକୁ ସମର୍ଥ ନହେବାରୁ ତାଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳ ଖେଳାଳି ଭାବେ କେନ୍‌ ରିଚାର୍ଡସନ୍‌ଙ୍କୁ ଡକରା ମିଳିଛି। ଫଳରେ ଝେ ବ୍ରିସ୍‌ବେନ୍‌ ଶିବିରରୁ ପର୍ଥ ଫେରି ଯାଇଛନ୍ତି। ବିଶ୍ବକପ୍‌ରୁ ବାଦ୍‌ ପଡ଼ିବା ଝେ’ଙ୍କୁ ନିରାଶ କରିଛି। ହେଲେ ତାଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ବିଶ୍ବକପ୍‌ ଅଭିଯାନକୁ ପ୍ରଭାବିତ କରିବ। ଘରୋଇ ଗ୍ରୀଷ୍ମ ଋତୁରେ ଝେ ରିଚାର୍ଡସନ୍‌ ଚମତ୍କାର ଫର୍ମ ଦେଖାଇଥିଲେ। ସେ ୧୨ ମ୍ୟାଚ୍‌ ଖେଳି ୨୪ ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ବଦଳ ଖେଳାଳି କେନ୍‌ ରିଚାର୍ଡସନ୍‌ ବିବିଏଲ୍‌ରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe