ଏନ୍‌ସିଏ ନେଟ୍‌ସରେ ରାହୁଲଙ୍କୁ ବୋଲିଂ କଲେ ଝୁଲଣ

ଏନ୍‌ସିଏ ନେଟ୍‌ସରେ ରାହୁଲଙ୍କୁ ବୋଲିଂ କଲେ ଝୁଲଣ

The Indian Express

ବେଙ୍ଗାଲୁରୁ: ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇନଥିବା ଓପ୍‌ନର କେଏଲ୍‌ ରାହୁଲ ଜର୍ମାନୀରେ ଅସ୍ତ୍ରୋପଚାର କରାଇଛନ୍ତି। ସମୟର ପ୍ରତିକୂଳରେ ଗତି କରୁଥିବା ରାହୁଲ ଗତମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳଠୁ ଦଳ ବାହାରେ ରହିଛନ୍ତି। ତଥାପି ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ଥିବା ରାହୁଲ ବେଙ୍ଗାଲୁରୁସ୍ଥିତ ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ନେଟ୍‌ସରେ ଅଭ୍ୟାସ କରୁଛନ୍ତି। ଆଉ ସବୁଠୁ ମଜାର କଥା ହେଲା ଏନ୍‌ସିଏ ନେଟ୍‌ସରେ ସେ ମହିଳା ଦଳର ପୁରୁଖା ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ବୋଲିଂର ସମ୍ମୁଖୀନ ହୋଇଛନ୍ତି। ଭାରତୀୟ ମହିଳା ଦଳର ସର୍ବାଧିକ ସଫଳ ପେସର୍‌ ଝୁଲଣ ତାଙ୍କୁ ନେଟ୍‌ସରେ ବୋଲିଂ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା‌ ୧୧ ସେକେଣ୍ଡ ସମୟର ଏହି କ୍ଲିପ୍‌ରେ ଝୁଲଣ ଏକ ଫୁଲର ବଲ୍‌ ବୋଲିଂ କରୁଥିଲା ବେଳେ ରାହୁଲ ତାକୁ କଭର ଡ୍ରାଇଭ୍‌ ଖେଳୁଥିବା ଦେଖାଯାଇଛି। ପୁଣି ଝୁଲଣ ତାଙ୍କ ଦ୍ବିତୀୟ ବଲ୍‌କୁ ସର୍ଟ ଲେଙ୍ଗ୍‌ଥରେ ବୋଲିଂ କରିଥିଲା ବେଳେ ରାହୁଲ ବ୍ୟାକ୍‌ଫୁଟ୍‌ରେ କଟ୍‌ କରୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe