କିମ୍ବର୍ଲି: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅବସରରେ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ମାମୀ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍ରେ ୭-୦-୨୯-୧ ବୋଲିଂ ଚିତ୍ର ପାଇଥିବା ଝୁଲଣ ଆନ୍ତର୍ଜାତିକ ଦିନିକିଆରେ ୨୦୦ ଓ୍ଵିକେଟ୍ ପୂରଣ କରିବାର ବିରଳ ସଫଳତା ପାଇଥିଲେ। ସେ ପ୍ରାରମ୍ଭିକ ଖେଳାଳି ଲଉରା ଉଲ୍ଭାର୍ଡଙ୍କୁ ଆଉଟ୍ କରି ନିଜର ୨୦୦ତମ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଆଉ ୨୦୦ ଓ୍ଵିକେଟ୍ ଦଖଲ କରିବା କ୍ଷେତ୍ରରେ ଝୁଲଣ ପ୍ରଥମ ମହିଳା କ୍ରିକେଟର୍ର କୀର୍ତିମାନ ପାଇଛନ୍ତି। ୩୫ ବର୍ଷ ବୟସ୍କା ଝୁଲଣ ୧୬୬ ଦିନିକିଆ ଖେଳି ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଲେ। ଏହା ପୂର୍ବରୁ ଗତବର୍ଷ ମେ ମାସରେ ଝୁଲଣ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ଓ୍ଵିକେଟ୍ ଦଖଲ କରିବାର କୀର୍ତିମାନ ପାଇଥିଲେ। ଝୁଲଣ ମଧ୍ୟ ୨୦୦୭ରେ ଆଇସିସିର ଶ୍ରେଷ୍ଠ ମହିଳା କ୍ରିକେଟର୍ ପୁରସ୍କାର ଲାଭ କରିଥିଲେ। ସଂଯୋଗବଶତଃ ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ୨୦୦ ଓ୍ଵିକେଟ୍ ଅକ୍ତିଆର କରିବାର ବିଶ୍ୱ କୀର୍ତିମାନ ମଧ୍ୟ ଭାରତୀୟଙ୍କ ନାମରେ ରହିଥିଲା। କିମ୍ବଦନ୍ତୀ କପିଲ ଦେବ ଏହି କୃତିତ୍ୱ ପାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us