ଅଶୁଭ ଜର୍ସି ? ଯିଏ ଟିମ ଇଣ୍ଡିଆର ପ୍ରାୟୋଜକ ହେଲା ସିଏ ବୁଡ଼ିଲା

ଭାରତ ସରକାର ଦେଶରେ ଅନଲାଇନ ବେଟିଂକୁ ନିଷିଦ୍ଧ କରିଛନ୍ତି। ସରକାରଙ୍କ ଦ୍ବାରା ସଂସଦରେ ଗୃହୀତ ହୋଇଥିବା ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ଏହା ଫଳରେ ବିସିସିଆଇ ଏକ ବଡ଼ ପ୍ରାୟୋଜକ ହରାଇଛି । ତାହା ହେଉଛି ଡ୍ରିମ-୧୧ ।

team india

ମୁମ୍ବାଇ : ଭାରତ ସରକାର ଦେଶରେ ଅନଲାଇନ ବେଟିଂକୁ ନିଷିଦ୍ଧ କରିଛନ୍ତି। ସରକାରଙ୍କ ଦ୍ବାରା ସଂସଦରେ ଗୃହୀତ ହୋଇଥିବା ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ଏହା ଫଳରେ ବିସିସିଆଇ ଏକ ବଡ଼ ପ୍ରାୟୋଜକ ହରାଇଛି । ତାହା ହେଉଛି ଡ୍ରିମ-୧୧ । ଏହା ସହିତ ଡ୍ରିମ-୧୧ ପୂର୍ବର ଆଉ କେତେକ କମ୍ପାନିଙ୍କ ତାଲିକାରେ ଯୋଡ଼ି ହୋଇଯାଇଛି ଯେଉଁମାନେ ପୂର୍ବରୁ ବିସିସିଆଇର ପ୍ରାୟୋଜକ ହୋଇଥିଲେ, କିନ୍ତୁ ଏବେ ତଳିତଳାନ୍ତ ହୋଇଯାଇଛନ୍ତି । 

ଏଠାରେ ପ୍ରଶ୍ନ ଉଠୁଛି ଯେ ଟିମ ଇଣ୍ଡିଆର ଜର୍ସି ଅଶୁଭ କି ? ଯିଏ ବି ଟିମ ଇଣ୍ଡିଆ ଜର୍ସିରେ ନିଜ ନାମ ଲେଖିଲା ସିଏ ବୁଡ଼ିଲା ।  ଏହା ପୂର୍ବରୁ ଟିମ ଇଣ୍ଡିଆର ସ୍ପନସର ଥିବା ସାହାରା ଇଣ୍ଡିଆ, ଷ୍ଟାର ଇଣ୍ଡିଆ, ଓପ୍ପୋ, ବାଇଜୁସ୍ ଆଦି କମ୍ପାନିଙ୍କ ଅବସ୍ଥା ଏବେ କଣ ତାହା ମନେପକାନ୍ତୁ ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଟିମ ଇଣ୍ଡିଆର ଜର୍ସି ଅଶୁଭ କି ? ଯିଏ ବି ଟିମ ଇଣ୍ଡିଆ ଜର୍ସିରେ ନିଜ ନାମ ଲେଖିଲା ସିଏ ବୁଡ଼ିଲା ।  ଏହା ପୂର୍ବରୁ ଟିମ ଇଣ୍ଡିଆର ସ୍ପନସର ଥିବା ସାହାରା ଇଣ୍ଡିଆ, ଷ୍ଟାର ଇଣ୍ଡିଆ, ଓପ୍ପୋ, ବାଇଜୁସ୍ ଆଦି କମ୍ପାନିଙ୍କ ଅବସ୍ଥା ଏବେ କଣ ତାହା ମନେପକାନ୍ତୁ ।

ସାହାରା ଇଣ୍ଡିଆ ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରାୟୋଜକ ଥିଲା । ୨୦୧୧ରେ ଭାରତ ବିଶ୍ବ ଚାମ୍ପିୟନ ହେବା ସହ କମ୍ପାନିର ବ୍ରାଣ୍ଡ ଇମେଜ ଆକାଶଛୁଆଁ ହୋଇଥିଲା । କିନ୍ତୁ ତାପରେ କମ୍ପାନିର ଅବସ୍ଥା ଶୋଚନୀୟ ହେବା ଆରମ୍ଭ ହେଲା ଓ ଏବେ ଏହି କମ୍ପାନି ବିଲୁପ୍ତପ୍ରାୟ । ଏହା ପରେ ଷ୍ଟାର ଇଣ୍ଡିଆ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ପ୍ରାୟୋଜକ ଥିଲା । କିନ୍ତୁ ଏହିଠାରୁ ହିଁ ଭାରତରେ କମ୍ପାନିର ଦୁର୍ଦ୍ଦିନ ଆରମ୍ଭ ହେଲା । ଷ୍ଟାର ଇଣ୍ଡିଆର ମୂଳ କମ୍ପାନି ଓ୍ବାଲଟ ଡିଜନି ଏକ ଆଇନଗତ ମାମଲାରେ (ସିସିଆଇ ତଦନ୍ତ) ଫଳରେ ତଳିତଳାନ୍ତ ହୋଇଗଲା ଓ ଶେଷରେ ହଟଷ୍ଟାର ଜିଓର ମିଶ୍ରଣ ହେଲା । ଏହା ପରେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଚୀନ ସ୍ମାର୍ଟଫୋନ କମ୍ପାନି ଓପ୍ପୋ ଟିମ ଇଣ୍ଡିଆର ପ୍ରାୟୋଜକ ହେଲା ।  ପୂର୍ବ କମ୍ପାନିଗୁଡ଼ିକ ପରି ଓପ୍ପୋ ମଧ୍ୟ ସମସ୍ୟାରେ ପଡ଼ିବା ଆରମ୍ଭ କଲା । କମ୍ପାନି ନୋକିଆ ସହ ଏକ ପ୍ୟାଟେଣ୍ଟ ବିବାଦରେ ଫସିଲା । ୨୦୨୦ରେ ଗଲଓ୍ବାନ ସଂଘର୍ଷ ପରେ ଭାରତ ସରକାର ଚୀନ କମ୍ପାନିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଓ ଶେଷରେ ଓପ୍ପୋ ଭାରତୀୟ ବଜାରରୁ ଅପସରି ଗଲା । ଏହା ପରେ ପ୍ରାୟୋଜକ ହେଲା ବାଇଜୁସ୍ । ଦିନେ ଏହାକୁ ଦେଶର ସର୍ବୋତ୍ତମ ଏଜୁଟେକ୍ ଷ୍ଟାର୍ଟଅପ କୁହାଯାଉଥିଲା, କିନ୍ତୁ ପରେ ଏହା ଅତ୍ୟଧିକ ଋଣ, ଋଣ ଖିଲାପି ଯୋଗୁଁ ଦେବାଳିଆ ହୋଇଗଲା । ଏବେ ଏହି ତାଲିକାରେ ଯୋଗ ଦେଇଛି ଡ୍ରିମ-୧୧ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe