ଭୁବନେଶ୍ବର: ମାଲେସିଆର ଜୋହର ବାହରୁଠାରେ ଚାଲିଥିବା ଜୋହର କପ୍ କନିଷ୍ଠ ହକି ପ୍ରତିଯୋଗିତାରେ ଭାରତ ବିଜୟ ଧାରା ଜାରି ରଖିଛି। ଶନିବାର ଆୟୋଜକ ମାାଲେସିଆକୁ ୨-୧ ଗୋଲ୍ରେ ହରାଇଥିବା ଭାରତ ରବିବାର ୭-୧ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଛି। ଉପଅଧିନାୟକ ତଥା ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୧୫, ୪୩ ମିନିଟ୍)ଙ୍କ ଯୁଗଳ ସାଙ୍ଗକୁ ପ୍ରଭଜୋତ ସିଂହ (୬ ମିନିଟ୍), ହର୍ମନଜିତ ସିଂହ (୨୧ ମିନିଟ୍), ମହମ୍ମଦ ଫାରାଜ (୨୩ ମିନିଟ୍), ଅଭିଷେକ (୫୯ ମିନିଟ୍) ଏବଂ ଅଧିନାୟକ ମନଦୀପ ମୋର (୬୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ସାମ ହିହା (୫୩ ମିନିଟ୍) ମାତ୍ର ଗୋଟିଏ ଗୋଲ୍ ଶୁଝି ଥିଲେ। ଗତ ସଂସ୍କରଣ କାଂସ୍ୟ ବିଜେତା ଭାରତ ନିଜର ପରବର୍ତୀ ମ୍ୟାଚ୍ ମଙ୍ଗଳବାର ଜାପାନ୍ ସହ ଖେଳିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us