ଜନସନଙ୍କୁ ସ୍ଲେଜିଂରେ ଘାଇଲା କରିଥିଲେ ପାର୍ଥିବ

ଜନସନଙ୍କୁ ସ୍ଲେଜିଂରେ ଘାଇଲା କରିଥିଲେ ପାର୍ଥିବ

Circle of Cricket

ବାର୍ବାଡସ୍: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଗୁଜରାଟ ୱିକେଟ୍ ରକ୍ଷକ ପାର୍ଥିବ ପଟେଲ ମଧ୍ୟ ନିଜ ଶାନ୍ତ ଓ ସରଳ ସ୍ବଭାବ ପାଇଁ ପରିଚିତ। ପଡ଼ିଆ ଭିତରେ ପାର୍ଥିବ କ୍ବଚିତ ପ୍ରତିପକ୍ଷ ଖେଳାଳିଙ୍କୁ ଗାଳି ଦିଅନ୍ତି କିମ୍ବା ଅସମ୍ମାନିତ କରନ୍ତି। ହେଲେ ସେ ମଧ୍ୟ କେବେ କେବେ ସ୍ଲେଜି କରିବାକୁ ପଛାଇ ନଥାଆନ୍ତି। ଏକଥା ନିଜେ ପାର୍ଥିବ ଫ୍ୟାନ୍ କୋଡ୍‌ ‘ର’ ଲକଡାଉନ୍ ବଟ୍ ନଟ୍‌ଆଉଟ୍’ ସରିଜ୍‌ରେ ଅଂଶଗ୍ରହଣ କରି କହିଛନ୍ତି। ଏପରିକି ପାର୍ଥିବ ୨୦୦୪ ମସିହାରେ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଷ୍ଟିଭ୍ ୱ’ଙ୍କୁ ତାଙ୍କ ଶେଷ ଟେଷ୍ଟ୍‌ରେ ସ୍ଲେଜିଂ କରିଥିଲେ। ୱ’ ମଧ୍ୟ ତାଙ୍କ ଉପରେ ଭୀଷଣ ରାଗି ଯାଇଥିଲେ ବୋଲି ପାର୍ଥିବ ଏହି କାର୍ଯ୍ୟକ୍ରମରେ ପରଦା ଉଠାଇଛନ୍ତି।

ତେବେ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନସନଙ୍କୁ ସ୍ଲେଜିଂ କରିବା ମଜାଦାର ଥିଲା ବୋଲି ସେ କହିଛନ୍ତି। ଏହି ଘଟଣା ୨୦୧୬ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ଅବସରରେ ଘଟିଥିଲା। ସେତେବେଳେ ପାର୍ଥିବ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଜନସନ ଖେଳୁଥିଲେ। ପାର୍ଥିକ ସେହି ଘଟଣାକୁ ମନେ ପକାଇ କହିଛନ୍ତି ଯେ ସଂପୃକ୍ତ ମ୍ୟାଚ୍‌ରେ ମୁଁ ଜନସନଙ୍କୁ ନିର୍ଧୂମ ଛେଚି ୮୧ ରନ୍ କରିଥିଲି। ସେ ଯେତେ ଚେଷ୍ଟା କଲେ ମଧ୍ୟ ମୋତେ ଆଉଟ୍ କରି ପାରି ନଥିଲେ। ଏଣୁ ଜନସନ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ ମୁଁ ତାଙ୍କୁ କହିଥିଲି ବନ୍ଧୁ ତୁମେ ମୋତେ ବାମହାତ ବୋଲିଂରେ ଆଉଟ୍ କରି ପାରିବିନ। ଯଦି ପାରୁଛ ଡାହାଣ ହାତରେ ବୋଲିଂ କରି ଦେଖ। ଏହା ଶୁଣି ସେ ପୂରା ରାଗି ଯାଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe