ଓଡ଼ିଶା ଏଫ୍‌ସିରେ ସାମିଲ ହେଲେ ଜୋନାଥସ

ଓଡ଼ିଶା ଏଫ୍‌ସିରେ ସାମିଲ ହେଲେ ଜୋନାଥସ

ଭୁବନେଶ୍ବର : ଆଗାମୀ ଆଇଏସ୍‌ଏଲ୍‌ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ଅଭିଜ୍ଞ ବ୍ରାଜିଲ ସେଣ୍ଟର ଫରୱାଡ୍‌ ଜୋନାଥସ କ୍ରିଷ୍ଟିଆନ୍‌ଙ୍କୁ ଦଳରେ ସାମିଲ କରିଛନ୍ତି। ୩୨ ବର୍ଷୀୟ ଜୋନାଥସ ବ୍ରାଜିଲ, ନେଦରଲାଣ୍ଡ୍ସ, ‌ସ୍ପେନ୍‌, ଇଟାଲି ଓ ଜର୍ମାନି ଭଳି ବିଭିନ୍ନ ଦେଶ ପକ୍ଷରୁ ଅନେକ ଫୁଟ୍‌ବଲ୍‌ ଲିଗ୍‌ରେ ଖେଳିଛନ୍ତି। ତାଙ୍କ ପେସାଗତ ଫୁଟ୍‌ବଲ୍‌ ଜୀବନ ୨୦୦୬ରେ ବ୍ରାଜିଲୀୟ କ୍ଲବ୍‌ କ୍ରୁଜିରୋରୁ ଆରମ୍ଭ କରିଥିଲେ। ୨୦୦୯ରେ ସେ ନେଦରଲାଣ୍ଡ୍ସର ଏଜେଡ୍‌ରୁ ଖେଳିଥିଲେ। ଏହି ଅଭିଜ୍ଞ ଫୁଟ୍‌ବଲର୍‌ ୟୁରୋପରେ ସିରିଜ୍‌ ଏ, ଲା ଲିଗା ଓ ବୁନ୍ଦେସଲିଗାରେ ପେସ୍‌କାରା, ତୋରିନୋ, ଏଲ୍‌ଚି, ରିଅଲ ସୋସିଏଡାଡ୍‌, ହାନୋଭର ୯୬ ପକ୍ଷରୁ ‌ଖେଳି ଶତାଧିକ ଗୋଲ୍‌ ସ୍କୋର୍‌ କରିଛନ୍ତି। ଭୁବନେଶ୍ବର ଦଳ ସହ ଚୁକ୍ତି କରିବା ପୂର୍ବରୁ ଜୋନାଥସ ୟୁଏଇ ପ୍ରୋ ଲିଗ୍‌ କ୍ଲବ୍‌ ସାର୍‌ଜା କ୍ଲବ୍‌ରୁ ପ୍ରତିନିଧିତ୍ବ କରୁଥିଲେ।

‘‘ମୋ ଜୀବନର ଏହି ନୂ୍ଆ ଆହ୍ବାନକୁ ନେଇ ଉତ୍ସାହିତ ଅଛି। ଆଇଏସ୍‌ଏଲ୍‌ ଖେଳିବାକୁ ପ୍ରସ୍ତୁତ ଅଛି ଏବଂ ଓଡ଼ିଶା ଏଫ୍‌ସିକୁ ଆଗକୁ ନେବାକୁ ସବୁ ପ୍ରୟାସ କରିବି’’ ବୋଲି ଜୋନାଥସ କହିଛନ୍ତି। ଜୋନାଥସଙ୍କ ଯୋଗଦାନ ନେଇ ମୁଖ୍ୟ ପ୍ରଶିକ୍ଷକ କିକୋ ରାମିରେଜ କହିଛନ୍ତି ଯେ ‘‘‌ଜୋନାଥସ ଆମର ‌ଗୋଲ୍‌ ସ୍କୋରର୍‌ ହେବେ। ସେ ପଡ଼ିଆରେ ଥିଲା ବେଳେ ପ୍ରତିପକ୍ଷ ‌ଦଳର ‌ଡିଫେଣ୍ଡରଙ୍କ ପାଇଁ ଚିନ୍ତାର କାରଣ ହେବେ। ଆଇଏସ୍‌ଏଲ୍‌ରେ ଦଳକୁ ଆଗକୁ ନେବା ଲାଗି ବଦ୍ଧପରିକର। ତାଙ୍କ ଯୋଗଦାନ ଦଳୀୟ ଖେଳାଳିଙ୍କ ମନୋବଳ ଦୃଢ଼ କରିବ। ତାଙ୍କ ପାଖରେ ଅଭିଜ୍ଞତା ଭରି ରହିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe