ବଟ୍‌ଲର୍‌ଙ୍କ ବିଶ୍ବକପ୍‌ ଫାଇନାଲ୍‌ର ଟି-ସାର୍ଟ ୬୫୧୦୦ ୟୁରୋରେ ବିକ୍ରି

Advertisment
ବଟ୍‌ଲର୍‌ଙ୍କ ବିଶ୍ବକପ୍‌ ଫାଇନାଲ୍‌ର ଟି-ସାର୍ଟ ୬୫୧୦୦ ୟୁରୋରେ ବିକ୍ରି

Times of India

ଲଣ୍ଡନ : ଇଂଲଣ୍ଡ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ‌ବଟ୍‌ଲର୍‌ଙ୍କ ଗତ ବର୍ଷ ବିଶ୍ବକପ୍‌ ଫାଇନାଲ୍‌ରେ ପିନ୍ଧିଥିବା ଟି-ସାର୍ଟ ୬୫୦୦୦ ୟୁରୋଠୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। କରୋନା ଭୂତାଣୁ ବିପକ୍ଷ ମୁକାବିଲା ଲାଗି ଗତ ସପ୍ତାହରେ ବଟ୍‌ଲର୍‌ ଏହାକୁ ବ୍ରିକି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଲାମ ଅବଧି ମଙ୍ଗଳବାର ଶେଷ ହୋଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୮୨ ଜଣ ସାମିଲ ହୋଇଥିଲା ବେଳେ ସାର୍ଟକୁ ଜଣେ ବ୍ୟକ୍ତି ୬୫୧୦୦ ୟୁରୋ ଅଥାର୍ଥ ଭାରତୀୟ ମୂଦ୍ରାରେ ପ୍ରାୟ ୫୪ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ଅର୍ଥରାଶି ରୟାଲ ବ୍ରମ୍ପ୍‌ଟନ୍‌ ଓ ହାରେଫିଲ୍ଡ ଡାକ୍ତରଖାନାର ହୃଦ୍‌ ଓ ଫୁସ୍‌ଫୁସ୍‌ କେନ୍ଦ୍ରକୁ ପ୍ରଦାନ କରାଯିବ। ଏହି ସାର୍ଟ ଅତି ସ୍ବତନ୍ତ୍ର। କିନ୍ତୁ ମୁଁ ଭାବିଲି ଏଥିରେ ଅଉଟିକେ ମହତ୍ବ ଯୋଡ଼ି ହେଉ ଏବଂ ମୋର ବିଶ୍ବାସ ଏହି ଆପଦକାଳୀନ ସମୟରେ ଏହା କାମରେ ଅସିବ ବୋଲି ନିଲାମ ଅବଧି ସରିବାର ପୂର୍ବଦିନ (ସୋମବାର) ବଟ୍‌ଲର୍‌ ପ୍ରକାଶ କରିଥିଲେ।

ପାଣ୍ଠି ସଂଗ୍ରହ କଲେ ଚେସ୍‌ ତାରକା
ନୂଆଦିଲ୍ଲୀ : କରୋନା ବିପକ୍ଷ ଲଢ଼େଇ ପାଇଁ ଦେଶର ଚେସ୍‌ ତାରକାମାନେ ଅଣ୍ଟା ବିଡ଼ିଛନ୍ତି। ଏକାଧିକ ଚେସ୍‌ ତାରକା ସେମାନଙ୍କ ଉଦ୍ୟମ ବଳରେ ପ୍ରାୟ ୩ ଲକ୍ଷରୁ ଅଧିକ ପାଣ୍ଠି ସଂଗ୍ରହ କରିଛନ୍ତି। ସେମାନଙ୍କ ମଧ୍ୟରୁ ମୁମ୍ବାଇ, ନୋଏଡା, ନାଗପୁର, ହା‌ଇଦ୍ରାବାଦର ପ୍ରାୟ ୮୦ରୁ ଅଧିକ ଯୁବ ତାରକା ଅନ୍‌ଲାଇନ୍‌ ପ୍ରତିଯୋଗିତା ଆୟୋଜନ କରି ଲବ୍‌ଧ ଅର୍ଥକୁ ଦାନ କରିଛନ୍ତି। ଏହି ଯୁବ ତାରକାମାନେ ୧.୦୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା ବେଳେ ଗ୍ରାଣ୍ଡମାଷ୍ଟର ପି ହରିକ୍ରିଷ୍ଣା ସହ ମିଶି ଖ୍ୟାତନାମା ପ୍ରଶିକ୍ଷକ ଆର୍‌ବି ରମେଶ ୨ ଲକ୍ଷ ଏବଂ କାର୍ତିକେୟନ ମୁରଲୀ ୨୫,୦୦୦ ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe