ପୁରୀ: ମହାରାଷ୍ଟ୍ରର ପୁଣେସ୍ଥିତ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ‘ଅଲ୍ଟିମେଟ୍ ଖୋଖୋ’ ପେସାଦାର ଲିଗ୍ରେ ବିଜେତା ହୋଇଥିବା ଓଡ଼ିଶା ଜଗରନଟ୍ସ ଦଳ ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ଣରେ ଶ୍ରୀମନ୍ଦିର ନିକଟରେ ବିଜେତା ଦଳର ଖେଳାଳିମାନେ ପହଞ୍ଚିବା ପରେ ଓଡ଼ିଶା ଖୋଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଖେଳାଳିମାନେ ଶ୍ରୀଜିଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଟ୍ରଫିକୁ ମଧ୍ୟ ପୂଜା କରିଥିଲେ। ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ସହଯୋଗ ପାଇଁ ଖେଳାଳିମାନେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଜଗନ୍ନାଥଙ୍କୁ ଦର୍ଶନ କଲେ ଜଗରନଟ୍ସ ଖେଳାଳି
Advertisment
Follow Us