କନିଷ୍ଠ ବନ୍ଧୁକଚାଳନା ବିଶ୍ବକପ୍‌:ବିଜୟବୀରଙ୍କୁ ତୃତୀୟ ସ୍ବର୍ଣ୍ଣ

ଗୋଟେ ପିସ୍ତଲରୁ ପାଞ୍ଚ ପ୍ରକାରର ଗୁଳି ! ହତ୍ୟାକାରୀ ଚିହ୍ନଟ କରିବାକୁ ପୁଲିସକୁ ଲାଗିଲା ୪ ବର୍ଷ, ଅ‌ାଶ୍ଚର୍ଯ୍ୟ ହୋଇଗଲେ ଅସ୍ତ୍ର ବିଶାରଦ

Representational

ନୂ୍ଆଦିଲ୍ଲୀ: ଜର୍ମାନିର ସୁଲ୍‌ଠାରେ ଚାଲିଥିବା‌ ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ବକପ୍‌ରେ ଭାରତର ବିଜୟବୀର ସିଦ୍ଧୁ ବ୍ୟକ୍ତିଗତ ତୃତୀୟ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ପୁରୁଷ ୨୫ ମିଟର ପିସ୍ତଲ ବର୍ଗରେ ରାଜକନ୍‌ୱର ସାନ୍ଧୁ ଓ ଆଦର୍ଶ ସିଂହଙ୍କ ସହ ମିଶି ବିଜୟବୀର ମଙ୍ଗଳବାର ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଆଦର୍ଶଙ୍କର ମଧ୍ୟ ଚଳିତ ବିଶ୍ବକପ୍‌ରେ ଏହା ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଥିଲା। ମଙ୍ଗଳବାରର ଦ୍ବିତୀୟ ପଦକ ଭାରତକୁ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ରେ ମିଳିଥିଲା। ତିନି ବନ୍ଧୁକଚାଳକ ହୃଦୟ ହଜାରିକା, ୟାସ୍‌ ବର୍ଦ୍ଧନ୍‌ ଓ ପାର୍ଥ ମାଖିଜା ୧୮୭୭.୪ ସ୍କୋର୍‌ ସହ ଦଳଗତ ବର୍ଗରେ ଦ୍ବିତୀୟରେ ରହି ରୌପ୍ୟ ପଦକ କବ୍‌ଜା କରିଥିଲେ। ହେଲେ କନିଷ୍ଠ ବିଶ୍ବ ବିଜେତା ହୃଦୟ ୧୦ ମିଟର ଏୟାର ରାଇଫଲ୍‌ ବ୍ୟକ୍ତିଗତ ବର୍ଗରେ ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲେ। ସେ ୨୦୭.୩ ସ୍କୋର୍‌ ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହି ପଦକ ହାତଛଡ଼ା କରିଥିଲେ। ଏଥି ସହିତ ତୃତୀୟ ଦିବସ ଶେଷରେ ଭାରତ ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ତିନି ଦିନରେ ୭ ସ୍ବର୍ଣ୍ଣ ସହିତ ମୋଟ ୧୬ ପଦକ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe