ଭୁବନେଶ୍ବର: ଓଡ଼ିଶା ଟେନିସ୍ ପାଇଁ ରବିବାର ମିଳିଛି ଆଉ ଏକ ଖୁସି ଖବର। କାଜାଖସ୍ତାନର ନୁର୍ ସୁଲତାନରେ ଆୟୋଜିତ ଆଇଟିଏଫ୍ ୧୨ ବର୍ଷରୁ କମ୍ ଦଳଗତ ପ୍ରତିଯୋଗିତାରେ ଭାରତକୁ କାଂସ୍ୟ ପଦକ ମିଳିଛି। କାଂସ୍ୟ ମୁକାବିଲାରେ ଚାଇନିଜ୍ ତାଇପେକୁ ହରାଇ ଭାରତ ଏହି ପଦକ ଜିତିଥିଲା। ଭାରତୀୟ ଦଳରେ ଓଡ଼ିଶାର ଝିଅ ଆହାନ ସାମିଲ ଥିଲେ। ଏହି କାଂସ୍ୟ ବିଜୟରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ଆହାନ କେବଳ ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶ ବିପକ୍ଷ ନିଜର ମ୍ୟାଚ୍ ଜିତିଥିଲେ। ନହରକଣ୍ଟାସ୍ଥିତ ଏସ୍ବେସ୍ ଟେନିସ୍ ଏକାଡେମିରେ ଅଜୟ ନିଶଙ୍କଙ୍କଠାରୁ ପ୍ରଶିକ୍ଷଣ ନେଇ ଖେଳ ଜୀବନ ଗଢ଼ିଥିବା ଆହାନ ଚଳିତ ବର୍ଷ ପ୍ରାରମ୍ଭରେ ୧୨ ବର୍ଷରୁ କମ୍ ବର୍ଗରେ ଦେଶର ଏକ ନମ୍ବର ଖେଳାଳି ମାନ୍ୟତା ଲାଭ କରିଥିଲେ। ଲଗାତାର ଭାବେ ଭଲ ଖେଳି ଭାରତୀୟ କନିଷ୍ଠ ଦଳରେ ନିଜ ସ୍ଥାନ ପକ୍କା କରିଥିଲେ। ଆହାନଙ୍କୁ ରାଜ୍ୟ ଟେନିସ୍ ସଂଘ ସଭାପତି ଅସିତ୍ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
କନିଷ୍ଠ ଆଇଟିଏଫ୍: ଆହାନଙ୍କୁ କାଂସ୍ୟ
Advertisment
Follow Us