କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ସୁନିତାଙ୍କୁ ସମ୍ବର୍ଦ୍ଧନା, ବିଶାଲ-ଭିନିଲ-ସନ୍ଦୀପଙ୍କୁ ପ୍ରତିକୃତି

Advertisment
କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ସୁନିତାଙ୍କୁ ସମ୍ବର୍ଦ୍ଧନା, ବିଶାଲ-ଭିନିଲ-ସନ୍ଦୀପଙ୍କୁ ପ୍ରତିକୃତି

ଭୁବନେଶ୍ବର: ଭାରତ-ଫ୍ରାନ୍ସ ମ୍ୟାଚ୍‌ର ମଧ୍ୟାନ୍ତରରେ ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା କନିଷ୍ଠ ପୁରୁଷ ବିଶ୍ବକପ୍ ଟ୍ରଫିର ଏକ ପ୍ରତିକୃତି ଦେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ଏବଂ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ସୁନିତା ଲାକ୍ରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ହକିକୁ ତାଙ୍କ ଅବଦାନ ପାଇଁ ସୁନିତାଙ୍କୁ ସରକାରଙ୍କ ପକ୍ଷରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲିପ ତିର୍କି ସମ୍ବର୍ଧିତ କରିଥିଲେ। ଶ୍ରୀ ଦେବ ଓ ଶ୍ରୀ ପ୍ରଧାନଙ୍କ ସହ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ମ୍ୟାଚ୍ ପୂର୍ବରୁ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶ୍ରୀ ଦେବ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

‘ହାପି ବାର୍ଥ ଡେ’ ସୁଦୀପ, ଅଙ୍କିତ

publive-image
ରବିବାର ଥିଲା ଭାରତୀୟ ଦଳର ଓଡ଼ିଆ ତାରକା ସୁଦୀପ ଚିର୍ମାକୋ ଓ ମଧ୍ୟପ୍ରଦେଶର ଯୁବ ତାରକା ଅଙ୍କିତ ପାଲଙ୍କ ଜନ୍ମଦିବସ। ଉଭୟଙ୍କ ହକି ଜୀବନ ପାଇଁ ମଧ୍ୟ ଏହା ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଶେଷ ମ୍ୟାଚ୍‌ ସେମାନେ ଆଜି ଖେଳୁଥିଲେ। ଦୁଇ ଜଣ ଯାକ ମଧ୍ୟ ପଡ଼ିଆ ଭିତରେ ନିଜ ଛାପ ଛାଡ଼ିଥିଲେ।

ଭାରତ ଦେଇଥିବା ଏକମାତ୍ର ଗୋଲ୍ ସୁଦୀପ ହିଁ ଦେଇଥିଲେ। କେବଳ ଆଜି ନୁହେଁ ସମଗ୍ର ପ୍ରତିଯୋଗିତାରେ ତିନିଟି ଗୋଲ୍ ଦେଇ ପ୍ରଭାବୀ ପ୍ରଦର୍ଶନ ଦେଇଥିଲା ବେଳେ ଅଙ୍କିତ ମଧ୍ୟ ପଛରେ ନାହାନ୍ତି। ଭାରତୀୟ ହକିର ଭବିଷ୍ୟତ ବିବେଚିତ ସୁଦୀପ ଓ ଅଙ୍କିତ ସାଥୀ ଖେଳାଳି ଓ ଅଧିକାରୀଙ୍କ ସହ ଡ୍ରେସିଂ ରୁମ୍‌ରେ ନିଜ ନିଜର ଜନ୍ମଦିବସ ନିରାଡ଼ମ୍ବର ଭାବେ ପାଳିଥିବା ଜଣାପଡ଼ିଛି। ଭୋପାଳ ବାସିନ୍ଦା ଅଙ୍କିତଙ୍କ ନିଜ ସହରର ବିବେକ ସାଗର ପ୍ରସାଦ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି। ଯାହା ତାଙ୍କ ପାଇଁ ଯୁଗଳ ଖୁସି ହୋଇଛି।

ଅଙ୍କିତ ଏକ ଗରିବ ପରିବାରରୁ ଆସିଥିଲା ବେଳେ ତାଙ୍କ ଭଉଣୀ ପୁନମ ପାଲ୍ ମଧ୍ୟ ମଧ୍ୟପ୍ରଦେଶ ରାଜ୍ୟ ତରଫରୁ ଖେଳୁଥିଲେ। ଅନ୍ୟପକ୍ଷରେ ସୁନ୍ଦରଗଡ଼ର ବଡ଼ ନୂଆଗାଁ ବାସିନ୍ଦା ସୁଦୀପ ୨୦୧୮ରେ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ରବିବାର ତାଙ୍କୁ ୧୯ ବର୍ଷ ପୂରିଛି। ଅଙ୍କିତ ନିଜ ଜୀବନର ୧୮ ବସନ୍ତ ଅତିକ୍ରମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe