ଲା’ ଲିଗାକୁ କାଟିଲା କନିଷ୍ଠ ବିଶ୍ୱକପ୍‌

Advertisment
ମା’ ଭୈରବୀ କପ୍‌ ଫୁଟବଲ ସେମିରେ ସଂଘର୍ଷ କ୍ଲବ୍‌

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଭାରତରେ ଆୟୋଜିତ ୧୭ ବର୍ଷରୁ କମ୍‌ (କନିଷ୍ଠ) ବିଶ୍ୱକପ୍‌ ଟିଭି ମାଧ୍ୟମରେ ସର୍ବାଧିକ ଦର୍ଶକ ଦେଖିବାର କୀର୍ତିମାନ କରିଛି। ବାର୍କ (ଟିଭି ଦର୍ଶକଙ୍କୁ ନେଇ ଗବେଷଣା କରୁଥିବା ସଂସ୍ଥା) ମାନ୍ୟତା ଅନୁସାରେ ଅନ୍ୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା କନ୍‌ଫେଡେରେସନ୍ସ କପ୍‌, ଇଂଲିସ୍‌ ପ୍ରିମିୟର ଲିଗ୍‌ ଏବଂ ଲା’ ଲିଗାକୁ ଭାରତ ବିଶ୍ୱକପ୍‌ ପଛରେ ପକାଇ ଦେଇଛି। ୨୨ ଦିନ ଧରି ୬ ସହରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସୋନି ପିକ୍‌ଚର୍ସ ନେଟ୍‌ଓ୍ଵାର୍କ (ଏସ୍‌ପିଏନ୍‌) ପ୍ରସାରଣ କରୁଥିଲା। ବିଶ୍ୱକପ୍‌କୁ ଭାରତରେ ମୋଟ ୪.୭ କୋଟି ଲୋକ ଟିଭି ପରଦାରେ ଉପଭୋଗ କରିଥିଲେ। କୋଲ୍‌କାତାରେ ଆୟୋଜିତ ଫାଇନାଲ୍‌କୁ ସର୍ବାଧିକ (୨୨ ଲକ୍ଷ) ଲୋକ ଦେଖିଥିଲେ। ଆୟୋଜକ ଭାରତ ପ୍ରତିଯୋଗିତାର ୩ ଯାକ ମ୍ୟାଚ୍‌ ହାରିଥିଲା। ହେଲେ ଘରୋଇ ଦଳର ମ୍ୟଚ୍‌ ପିଛା ହାରାହାରି ଟିଭି ଦର୍ଶକ ଥିଲେ ୨୬ ଲକ୍ଷ। ଏହାର ୪୫ ପ୍ରତିଶତ ଥିଲେ ମହିଳା ଦର୍ଶକ। ସୂଚନାଯୋଗ୍ୟ, ବାର୍କ କରୁଥିବା ଗବେଷଣାରେ ମାଗଣା ଚ୍ୟାନେଲ୍‌ ଏବଂ ଦୂରଦର୍ଶନର ଦର୍ଶକ ରହିନଥିଲେ।
ସଂକ୍ଷେପରେ...
ଦକ୍ଷିଣ ଆଫ୍ରିକା ଗସ୍ତ ଲକ୍ଷ୍ୟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ ଭାରତ ୩ ଦ୍ରୁତ ବୋଲରଙ୍କୁ ନେଇ ଖେଳିବ।
ବିଶ୍ରାମ ନେବାକୁ ମୁଁ ଅନୁରୋଧ କରିଥିଲି: ହାର୍ଦିକ ପାଣ୍ଡ୍ୟା
ସବୁ ଶ୍ରେଣୀୟ କ୍ରିକେଟ୍‌ରୁ ଅବସର ନେବେ ପାକିସ୍ତାନୀ ଅଫସ୍ପିନର୍‌ ସଇଦ୍‌ ଆଜମଲ୍‌।
ଅଲିମ୍ପିକ୍‌ ସାମିଲ ଆଶାରେ ମିଶ୍ରିତ ହକିରେ ପରୀକ୍ଷା ନିରୀକ୍ଷା କରିବ ହକି ଇଣ୍ଡିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe