Advertisment

‘ଜୁରେଲଙ୍କୁ ପନ୍ତ୍‌ ମ୍ୟାଚ୍‌ ପାଉଣାର ଅଂଶ ଦେବା ଉଚିତ’

Advertisment

ଚଳିତ ଲର୍ଡସ ଟେଷ୍ଟ୍‌ର ଅଧିକାଂଶ ଭାଗରେ ଭାରତର ରିଜର୍ଭ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ କିପିଂ କରୁଛନ୍ତି। ଇଂଲଣ୍ଡ ପ୍ରଥମ ପାଳିରେ ୩୪ ଓଭର ପରେ ପନ୍ତ୍‌ ଆଙ୍ଗୁଠିରେ ଗୁରୁତ୍ତର ଆଘାତ ପାଇବାରୁ ପଡ଼ିଆ ବାହାରକୁ ଚାଲିଯାଇଥିଲେ।

ଚଳିତ ଲର୍ଡସ ଟେଷ୍ଟ୍‌ର ଅଧିକାଂଶ ଭାଗରେ ଭାରତର ରିଜର୍ଭ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ କିପିଂ କରୁଛନ୍ତି। ଇଂଲଣ୍ଡ ପ୍ରଥମ ପାଳିରେ ୩୪ ଓଭର ପରେ ପନ୍ତ୍‌ ଆଙ୍ଗୁଠିରେ ଗୁରୁତ୍ତର ଆଘାତ ପାଇବାରୁ ପଡ଼ିଆ ବାହାରକୁ ଚାଲିଯାଇଥିଲେ।

dgjdgjdgjcbbnbcn

ଲର୍ଡସ: ଚଳିତ ଲର୍ଡସ ଟେଷ୍ଟ୍‌ର ଅଧିକାଂଶ ଭାଗରେ ଭାରତର ରିଜର୍ଭ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ କିପିଂ କରୁଛନ୍ତି। ଇଂଲଣ୍ଡ ପ୍ରଥମ ପାଳିରେ ୩୪ ଓଭର ପରେ ପନ୍ତ୍‌ ଆଙ୍ଗୁଠିରେ ଗୁରୁତ୍ତର ଆଘାତ ପାଇବାରୁ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ସେହି ପାଳିର ଅବଶିଷ୍ଟ ଅଂଶ ସହିତ ଇଂଲଣ୍ଡ ଦ୍ବିତୀୟ ପାଳିରେ ବି ସେ କିପିଂ କରୁଛନ୍ତି। ଯନ୍ତ୍ରଣା ଭିତରେ ବି ପନ୍ତ୍ ଶନିବାର ବ୍ୟାଟିଂ କରି ରନ୍‌ ‌ଆଉଟ୍ ହୋଇଯିବା ପୂର୍ବରୁ ଆକର୍ଷଣୀୟ ଅର୍ଦ୍ଧଶତକ (୭୪) ରନ୍ କରିଥିଲେ। ଏହି ଟେଷ୍ଟ୍‌ରେ ୧୦୦ରୁ ଉର୍ଧ୍ବ ଓଭର କିପିଂ କରିଥିବାରୁ ଅନ୍ୟତମ ପୂର୍ବତନ ଭାରତୀୟ ୱିକେଟ୍‌ରକ୍ଷକ ଦୀନେଶ କାର୍ତ୍ତିକ ତାଙ୍କ ପ୍ରତି ସମଦେବନା ଜଣାଇଛନ୍ତି।

ଭାଷ୍ୟକାର ଭୂମିକାରେ ଥିବା କାର୍ତ୍ତିକ ମଜାରେ ମଜାରେ କହିଛନ୍ତି ‘ଜୁରେଲଙ୍କୁ ପନ୍ତ୍‌ ନିଜ ମ୍ୟାଚ୍ ପାଉଣାର ଭାଗ ଦେବା ଉଚିତ୍।’ ସେଭଳି କିଛି ବ୍ୟବସ୍ଥା ନଥିଲେ ମଧ୍ୟ କାର୍ତ୍ତିକ ଏଭଳି ପ୍ରସ୍ତାବ ଦେଇଛନ୍ତି। କ୍ରିକେଟ୍‌ ନିୟମ ଅନୁସାରେ ଚୂଡ଼ାନ୍ତ ଏକାଦଶରେ ଥିବା ୱିକେଟ୍‌ରକ୍ଷକ ଆହତ ହେଲେ ଅମ୍ପାୟାରଙ୍କ ସମ୍ମତି କ୍ରମେ ଅନ୍ୟ ଜଣେ ଏହି ଭୂମିକା ତୁଲାଇ ପାରିବେ। କିନ୍ତୁ ବ୍ୟାଟିଂ କି ବୋଲିଂ କରିପାରିବେ ନାହିଁ। ସୂଚନାଯୋଗ୍ୟ, ପନ୍ତ୍‌ କିପିଂ ଛାଡ଼ିବା ପୂର୍ବରୁ ୨ଟି କ୍ୟାଚ୍‌ ନେଇଥିବାବେଳେ ଇଂଲଣ୍ଡ ପ୍ରଥମ ପାଳିରେ ଜୁରେଲ ମଧ୍ୟ ୩ଟି କ୍ୟାଚ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe