ପୁଣି ନିଜ କୀର୍ତ୍ତିମାନ ଭାଙ୍ଗିଲେ ଜ୍ୟୋତି

Advertisment
ପୁଣି ନିଜ କୀର୍ତ୍ତିମାନ ଭାଙ୍ଗିଲେ ଜ୍ୟୋତି

ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ଧରି ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ (୧୩.୩୮ ସେକେଣ୍ଡ, ୨୦୦୨)ଙ୍କ ନାମରେ ଥିବା ୧୦୦ ମିଟର୍‌ ମହିଳା ବାଧାଦୌଡ଼ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିବା ଜ୍ୟୋତି ୟାରାଜୀ ପୁଣି ଥରେ ନିଜ ସମୟକୁ ଟପିଯାଇଛନ୍ତି। ନେଦରଲାଣ୍ଡ୍ସର ଭୁଘଟରେ ଚାଲିଥିବା ଡି’ହାରି ସ୍କୁଲଟିଂ କ୍ରୀଡ଼ାରେ ୨୨ ବର୍ଷୀୟା ଏହି ଆନ୍ଧ୍ରପ୍ରଦେଶ ଯୁବତୀ ୧୩.୦୪ ସେକେଣ୍ଡ୍‌ ସମୟ ନେଇ ନୂଆ କୀର୍ତ୍ତିମାନ କରିଛନ୍ତି।

ମେ’ ୧୦ ତାରିଖରେ ଜ୍ୟୋତି ଲିମାସୋଲଠାରେ ଅନୁଷ୍ଠିତ ସାଇପ୍ରସ୍‌ ଅନ୍ତର୍ଜାତୀୟ ମିଟ୍‌ରେ ୧୩.୨୩ ସେକେଣ୍ଡ୍‌ ସମୟ ନେଇ ପ୍ରଥମେ ଅନୁରାଧାଙ୍କ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ଏହାପରେ ସେ ଗତ ୨୩ ତାରିଖରେ ବ୍ରି‌ଟନ୍‌ରେ ଆୟୋଜିତ ଲାଫବରୋ ଅନ୍ତର୍ଜାତୀୟ ମିଟ୍‌ରେ ୧୩.୧୧ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ଦ୍ବିତୀୟ ଥର ନିଜ ‌ରେକର୍ଡ ଭାଙ୍ଗିଥିଲେ। ନେଦରଲାଣ୍ଡ୍ସରେ ଭାଙ୍ଗିବାପରେ ଏହା ତାଙ୍କର ନିଜ କୀର୍ତ୍ତିମାନ ଭାଙ୍ଗିବାରେ ତୃତୀୟ ଥର ହୋଇଛି। ୨୦୨୦ରେ କର୍ଣ୍ଣାଟକର ବୁଦବିଦ୍ରୀଠାରେ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଦୌଡ଼କୁଦରେ ଜ୍ୟୋତି ୧୩.୦୩ ସେକେଣ୍ଡ୍‌ ସହ ଅନୁରାଧାଙ୍କ ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇଥିଲେ ମଧ୍ୟ ଡୋପ ଟେଷ୍ଟ୍‌ କରାଯାଇନଥିବାରୁ ଏହି କୀର୍ତ୍ତିମାନକୁ ହିସାବକୁ ନିଆଯାଇନଥିଲା। ଗତମାସରେ ମଧ୍ୟ କୋଝିକୋଡ୍‌ ଫେଡେରେସନ୍ କପ୍‌ରେ ଜ୍ୟୋତି ୧୩.୦୯ ସେକେଣ୍ଡ୍‌ କରିଥିଲେ ମଧ୍ୟ ପବନ ଗତି ଧାର୍ଯ୍ୟ +୨.୦ ଏମ୍ଏସ୍‌ ଠାରୁ ଅଧିକ ଥିବାରୁ ହିସାବକୁ ନିଆଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe