Advertisment

ଇତିହାସ ରଚିଲେ କବିର: ପ୍ରଥମ ଓଡ଼ିଆ ଭାବେ ଆଇଟିଏଫ୍ ଉପବିଜେତା

Advertisment

ଓଡ଼ିଶା ଟେନିସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଓଡ଼ିଆ ପୁଅ କବିର ହଂସ। ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ୍‌ ଉପବିଜେତା ଟ୍ରଫି। 

ଓଡ଼ିଶା ଟେନିସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଓଡ଼ିଆ ପୁଅ କବିର ହଂସ। ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ୍‌ ଉପବିଜେତା ଟ୍ରଫି। 

gjgjgjgjgj

ଭୁବନେଶ୍ବର: ଓଡ଼ିଶା ଟେନିସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଓଡ଼ିଆ ପୁଅ କବିର ହଂସ। ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ୍‌ ଉପବିଜେତା ଟ୍ରଫି। କଳିଙ୍ଗ ‌ଷ୍ଟାଡିୟମ୍‌ ଟେନିସ୍‌ କଂପ୍ଲେକ୍ସରେ ଚାଲିଥିବା ଆଇଟିଏଫ୍‌ ବିଶ୍ବ ଟେନିସ୍ ଟୁର୍‌ ଅନ୍ତର୍ଗତ ମେନ୍ସ୨୫ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ କବିର ଓ ତାଙ୍କ ଭାରତୀୟ ସାଥୀ ଋଷଭ ଅଗ୍ରୱାଲ ଫାଇନାଲ୍‌ରେ ଭଲ ଲଢ଼େଇ କରିଥିଲେ ମଧ୍ୟ ଶୀର୍ଷମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଆଇଗର ଆଗାଫୋନଭ ଓ ବୋଗଡାନ ବୋବ୍ରୋଭଙ୍କଠାରୁ ୪-୬, ୩-୬ରେ ହାରିଯାଇଥିଲେ।  ଶୁକ୍ରବାର ସେମିଫାଇନାଲ୍‌ରେ କବିର-ଋଷଭ ୬-୨, ୭-୬ ସେଟ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ‌ବିଷ୍ଣୁ ବର୍ଦ୍ଧନ ଓ ସିଦ୍ଧାନ୍ତ ବନ୍ଥିଆଙ୍କୁ ପରାସ୍ତ କରି ଫାଇନାଲ୍ ଆସିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ ‌ସେଣ୍ଟର୍ କୋର୍ଟରେ ଏହି ଫାଇନାଲ୍ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କୋଲ୍ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ପିଏମ୍ ପ୍ରସାଦ, ଟାଇଟଲ୍ ପ୍ରାୟୋଜକ ଏମ୍‌ସିଏଲ୍‌ର ସିଏମ୍‌ଡି ଉଦୟ ଏ ‌କାଓଲେ, ନିର୍ଦ୍ଦେଶକ (ଅର୍ଥ) ଅଜିତ ବେହୁରା ଅତିଥି ଭାବେ ‌ଯୋଗଦେଇଥିଲେ। ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା, ଆଇଟିଏଫ୍ ପର୍ଯ୍ୟବେକ୍ଷକ ଅଭି‌ଷେକ ମୁଖାର୍ଜୀ, ଓଟିଏ ପରିଚାଳକ ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ଏକକ ଫାଇନାଲ୍ ପ୍ରତିଯୋଗିତା ସହ ଏହା ଉଦ୍‌ଯାପିତ ହେବ। ଶୀର୍ଷ ମାନ୍ୟତାପ୍ରାପ୍ତ ଚେକ୍‌ ରିପବ୍ଲିକ୍ ଖେଳାଳି ଡାଲିବର୍ ସର୍ଭିନା ଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଆମେରିକାର ନିକ୍ ଚାପେଲଙ୍କୁ ଭେଟିବେ। ସେମିଫାଇନାଲ୍‌ରେ ଡାଲିବର୍‌ ଭାରତର ଆର୍ଯ୍ୟନ୍‌ ସାହାଙ୍କୁ ୬-୦, ୬-୪ରେ ଏବଂ ନିକ୍‌ ୬-୨, ୬-୩ରେ ବଗଡନ୍‌ ବୋବ୍ରଭଙ୍କୁ ପରାସ୍ତ କରିଥିଲେ।

‘ଅଷ୍ଟ୍ରେଲିଆନ୍ ଓପନ୍ ସେଣ୍ଟର୍ କୋର୍ଟ ଲକ୍ଷ୍ୟ’

ଘରୋଇ ପରିବେଶରେ ଆଇଟିଏଫ୍ ମେନ୍ସ୨୫ ଉପବିଜେତା ଟ୍ରଫି ଜିତିବା ପରେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି କବିର ହଂସ। ନିଜ ପରିବାର ସମ୍ମୁଖରେ ଏହି ସଫଳତା ପାଇଥିବାରୁ ନିଜକୁ ଧନ୍ୟ ମଣିଛନ୍ତି ୨୩ ବର୍ଷୀୟ ଏହି ରାଜ୍ୟର ଏକ ନମ୍ବର ଟେନିସ୍ ଖେଳାଳି। ‘ଏହି ପ୍ରତିଯୋଗିତା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଯୁଗଳ ବର୍ଗରେ ମୋତେ ୧୬ ଏଟିପି ପଏଣ୍ଟ୍ ମିଳିଛି, ଫଳରେ ମୋଟ ପଏଣ୍ଟ୍‌ ୪୦ ଟପିଯିବ। ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଏହି ସଫଳତା ପାଇଥିବାରୁ ନିଜକୁ ଗୌରବାନ୍ବିତ ମଣୁଛି’ ବୋଲି ପ୍ରକାଶ କରିଛନ୍ତି କବିର। ପ୍ରାୟ ୨୦ ପାଖାପାଖି ଆଇଟିଏଫ୍ ପ୍ରମୁଖ ପ୍ରତିଯୋଗିତା ଖେଳିବା ପରେ କବିରଙ୍କୁ ଏହି ସଫଳତା ମିଳିଛି। ତଥାପି ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ନାହାନ୍ତି କବିର। ପରବର୍ତୀ ୨ ସପ୍ତାହ ମୁମ୍ବାଇ ଓ କର୍ଣ୍ଣା‌ଟକରେ ଆଉ ଦୁଇଟି ମେନ୍ସ୨୫ ଆଇଟିଏଫ୍‌ରେ ଖେଳିବାକୁ କବିର ତୁରନ୍ତ ବାହାରିଯାଇଛନ୍ତି। ‘ପ୍ରତି ସପ୍ତାହରେ ମୁଁ ଫାଇନାଲ୍ ଖେଳିବା ସହ ଟ୍ରଫି ଜିତିବାକୁ ଚା‌ହେଁ। ଖେଳ ଜୀବନରେ ଅଷ୍ଟ୍ରେଲିଆନ୍ ଓପନ୍‌ ସେଣ୍ଟର୍ କୋର୍ଟରେ ଖେଳିବାକୁ ଆଶା ରଖିଛି।

ଏଥି ପାଇଁ ମୁଁ କୌଣସି ବର୍ଷକୁ ଧାର୍ଯ୍ୟ କରିନାହିଁ। କିନ୍ତୁ ୫/୬ ବର୍ଷ ଭିତରେ ଏହି ଲକ୍ଷ୍ୟରେ ପହଞ୍ଚିବାକୁ ଯୋଜନା କରିଛି। ପରିବାର, ପ୍ରଶିକ୍ଷକ, ଫିଜିଓ ଓ ଫିଟନେସ୍ ଟ୍ରେନର୍‌ଙ୍କ ସହ ତଦନୁଯାୟୀ କାମ କରୁଛି। ଓଡ଼ିଶା ସରକାର ଓ ଓଟିଏ ବି ସହଯୋଗ କରୁଛନ୍ତି। କିଟ୍‌ର ଛାତ୍ର ଭାବେ ବି ମୁଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞ’ ବୋଲି କହିଥିଲେ ପ୍ରଥମ ଓଡ଼ିଶା ଖେଳାଳି ଭାବେ ୨୦୧୮ରେ ଆଇଟିଏଫ୍ ଜୁନିୟର୍ ଏକକ ଫାଇନାଲ୍ ଏବଂ ଯୁଗଳ ଟ୍ରଫି ଜିତିଥିବା କବିର୍‌। ଓଡ଼ିଶା ଟେନିସ୍‌ର ବିକାଶ ନେଇ କବିର କିଛି ଉପାଦେୟ ପ୍ରସ୍ତାବ ରଖିଛନ୍ତି। ‘ବିଦେଶୀ ପ୍ରଶିକ୍ଷକଙ୍କ ସହ ଏକାଧିକ ପ୍ରତିଯୋଗିତାରେ ଖେଳିବା ଏବଂ ଓଡ଼ିଶା ଖେଳାଳି ମିଳିତ ଭାବେ ନିରଂତର ଅଭ୍ୟାସ କରିବା ଫାଇଦା ଦେଇପାରିବ’ କହିଥିଲେ ଏହି କିଟ୍‌ ବିବିଏ ଛାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe