କଟକ: କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ ପ୍ରତିଯୋଗିତାର ସୋମବାର ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରୁ ଝାରସୁଗୁଡ଼ା, କଟକ ଏ’, ରାଉରକେଲା, ଇକୋର୍ସା, ଭୁବନେଶ୍ବର ଏ’, ଖୋର୍ଦ୍ଧା ବିଜୟୀ ହୋଇଛନ୍ତି। ରେଭେନ୍ସା ୨ନମ୍ବର ପଡ଼ିଆରେ ଝାରସୁଗୁଡ଼ା ୪୬ ରନ୍ରେ ଭୁବନେଶ୍ବର ବି’କୁ, ରେଭେନ୍ସା ୧ ନମ୍ବର ପଡ଼ିଆରେ କଟକ ଏ’ ୧୦ ଵିକେଟ୍ରେ ମୟୁରଭଞ୍ଜକୁ, ସନସାଇନ୍ ପଡ଼ିଆରେ ରାଉରକେଲା ୬ ଵିକେଟ୍ରେ ଯାଜପୁରକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଇକୋର୍ସା ୧ ଵିକେଟ୍ରେ ସମ୍ବଲପୁରକୁ, ସି.ଭି. ରମଣ କଲେଜ ପଡ଼ିଆରେ ଭୁବନେଶ୍ବର ଏ’ ୯୭ ରନ୍ରେ ସୁନ୍ଦରଗଡ଼କୁ ଏବ˚ ଖୋର୍ଦ୍ଧା ୬ ଵିକେଟରେ କଟକ ବି’କୁ ହରାଇଛି। ମ୍ୟାଚ୍ଗୁଡ଼କ ମଧ୍ୟରେ ରାମଚନ୍ଦ୍ର ବେହେରା (୫୩), ଶୁଭଙ୍କର ବିଶ୍ବାସ (୫୧), ସନ୍ଦୀପ ପଟ୍ଟନାୟକ (୬୬), ଶାନ୍ତନୁ ମିଶ୍ର (୫୦), ଅଭିଷେକ ଗିରି (୭୯), ଆର୍ଯ୍ୟଶ୍ରୀ ଭଟ୍ଟ (୬୮), ପ୍ରଦୀପ୍ତ ଦାଶ (୬୦), ର˚ଜିତ ପାଇକରାଏ (୫୮), ଦେବବ୍ରତ ପ୍ରଧାନ (୭୪), ରୋଶନ ମହାପାତ୍ର (୬୪), ସୁଜିତ ଲେଙ୍କା (୬୩) ଅର୍ଧଶତକ ଅର୍ଜନ କରିଥିଲା ବେଳେ ରାଜକିଶନ ପଟେଲ(୫/୧୬) ଓ ଶୁଭମ ନାୟକ (୫/୧୪) ୫ ଵିକେଟ ସଫଳତା ପାଇଥିଲେ।
କଳାହାଣ୍ଡି କପ୍: ଝାରସୁଗୁଡ଼ା, କଟକ, ରାଉରକେଲା, ଇକୋର୍ସା, ଭୁବନେଶ୍ବର, ଖୋର୍ଦ୍ଧା ବିଜୟୀ
Advertisment
Follow Us