କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା କଳାହାଣ୍ଡି କପ୍ର ଫାଇନାଲ୍ ମ୍ୟାଚ୍ କଟକ ବିଡ଼ାନାସୀ ଖେଳ ପଡିଆରେ ଆରମ୍ଭ ହୋଇଛି। ଫାଇନାଲ୍ରେ ଭୁବନେଶ୍ବର ଏ’ ଓ କଟକ ଏ’ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଦିନ କଟକ ଏ’ ଦଳ ୨୦୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ଦ୍ବିତୀୟ ଦିନରେ ଭୁବନେଶ୍ବରକୁ ଜିତିବା ପାଇଁ ୨୦୯ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ଦିନରେ କଟକ ଏ’ର ବିକ୍ରମ କିଶୋର ସାମଲ ଅପରାଜିତ ୫୩ ରନ୍ କରିଥିଲା ବେଳେ ଅନୀଲ ପରିଡ଼ା ୪୯ ଓ ସିଦ୍ଧାର୍ଥ ସିହ୍ନା ୩୦ ରନ୍ କରିଥିଲେ। ଭୁବନେଶ୍ବର ଏ’ ପକ୍ଷରୁ ଆଶିଷ କୁମାର ପ୍ରଧାନ ଓ ଅଂଶୁମାନ ବେଜ ୩ ୱିକେଟ୍ ଲେଖାଏଁ ହାସଲ କରିଥିଲେ।
କଳାହାଣ୍ଡି କପ୍ ଫାଇନାଲ୍: ଭୁବନେଶ୍ବର ସମ୍ମୁଖରେ ୨୦୯ ରନ୍ ଲକ୍ଷ୍ୟ
Advertisment
Follow Us