କଟକ: କଳାହାଣ୍ଡି କପ୍‌ର ଦ୍ୱିତୀୟ ପର୍ଯ୍ୟାୟ ଲିଗ୍ ମ୍ୟାଚ୍ ଆଜିଠାରୁ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀର ବିଭିନ୍ନ ଖେଳପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭୁବନେଶ୍ବର-ବି, ମୟୂରଭଞ୍ଜ, ପୁରୀ, ରାଉରକେଲା, କେନ୍ଦୁଝର, କଳାହାଣ୍ଡି, କଟକ-ଏ ଓ ଗଜପତି ବିଜୟୀ ହୋଇଛନ୍ତି। ପୁରୀର ଲାଲୁ ମହାନ୍ତିଙ୍କୁ ଏବଂ କଟକ-ଏର ପ୍ରିୟାଂଶୁ ମହାନ୍ତିଙ୍କୁ ୫ ୱିକେଟ୍‌ ସଫଳତା ମିଳିଛି।

Advertisment

ଆହୁରି ପଢନ୍ତୁ- Ranji Trophy: ରଣଜୀ ଟ୍ରଫିରେ ମୁଣ୍ଡ ଲଢ଼େଇ

ଜଟଣୀ ରେଳବାଇ ଗ୍ରାଉଣ୍ଡରେ ପୁରୀ ୪ ୱିକେଟ ବରଗଡକୁ ପରାସ୍ତ କରିଛି। ବରଗଡ ୧୪୧ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ସତୀଶ କୁମାର ମିଞ୍ଜ ୫୩ ରନ କରିଥିଲା ବେଳେ ପୁରୀର ଲାଲୁ ମହାନ୍ତି ୨୦ ରନ ବିନିମୟରେ ୫ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ପୁରୀ ୩୨ ଓଭରରେ ୬ ୱିକେଟ୍‌ ହରାଇ ପୁରୀ ବିଜୟୀ ହୋଇଥିଲା। ଟାଙ୍ଗୀସ୍ଥିତ ଡ୍ରିମସ୍‌ ଗ୍ରାଉଣ୍ଡରେ କେନ୍ଦୁଝର ୧୭୦ ରନରେ ଜଗତସିଂହପୁରକୁ ପରାସ୍ତ କରିଛି। କେନ୍ଦୁଝର ପକ୍ଷରୁ ଧାର୍ଯ୍ୟ ୨୯୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜଗତସିଂହପୁର ୧୨୮ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ୯୪ ରନ୍‌ କରିଥିବା କେନ୍ଦୁଝର ବ୍ୟାଟର ଶୁଭ୍ରାଂଶୁ ସେନାପତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

ଆହୁରି ପଢନ୍ତୁ- Murder: ସ୍ତ୍ରୀ ଓ ୩ ନାବାଳିକା ଝିଅଙ୍କୁ ଗଳାକାଟି ହତ୍ୟାକଲା ନର ରାକ୍ଷସ ସ୍ଵାମୀ, ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଏମ୍‌ଜିଏମ୍‌ ଗ୍ରାଉଣ୍ଡରେ କଟକ-ଏ ୧୭୬ ରନ୍‌ରେ ପାରାଦୀପକୁ ପରାସ୍ତ କରିଛି। ଅନୀଲ ପରିଡ଼ାଙ୍କ ୯୧ ଓ ବିପ୍ଳବ ସାମନ୍ତରାୟଙ୍କ ୬୪ରନ୍‌ ବଳରେ କଟକ-ଏ ୭ ୱିକେଟ ହରାଇ ୩୨୯ ରନ୍‌ କରିଥିଲା। ଜବାବରେ ପାରାଦୀପର ପାଳି ୧୫୩ ରନ୍‌ରେ ସୀମିତ ରହିଥିଲା। ୫ ୱିକେଟ୍‌ ସଫଳତା ପାଇଥିବା କଟକ-ଏର ପ୍ରିୟାଂଶୁ ମହାନ୍ତି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଭୁବନେଶ୍ୱର-ବି ୬ ୱିକେଟ୍‌ରେ ଭଦ୍ରକକୁ, ମୟୂରଭଞ୍ଜ ୯ ରନ୍‌ରେ ଅନୁଗୁଳକୁ, ରାଉରକେଲା ୪ ୱିକେଟ୍‌ରେ ବାଲେଶ୍ୱରକୁ, କଳାହାଣ୍ଡି ୧ ରନ୍‌ରେ କନ୍ଧମାଳକୁ ଏବଂ ଗଜପତି ୩ ୱିକେଟ୍‌ରେ କିଟ୍‌କୁ ପରାସ୍ତ କରିଛି।