କଳାହାଣ୍ଡି କପ୍‌ ସୁପରଲିଗ୍‌ ଆରମ୍ଭ: ରୋହିତ, ଟୁକୁନା, ଆକାଶଙ୍କ ଶତକ

Advertisment
ସାହାଣୀ କପ୍‌: କେନ୍ଦୁଝର, କଟକର ବଡ଼ ବିଜୟ

Vanguard News

କଟକ: କଳାହାଣ୍ଡି କପ୍‌ର ସୁପରଲିଗ୍‌ ପର୍ଯ୍ୟାୟ (ଦୁଇ ଦିନିଆ) ବୁଧବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଡ୍ରିମ୍ସ ପଡ଼ିଆରେ ଝାରସୁଗୁଡ଼ା ବିପକ୍ଷରେ କଟକ ‘ଏ’ ୯ ୱିକେଟ୍‌ ବିନିମୟରେ ୩୬୯ ରନ୍‌ କରିଛି। ବିକ୍ରମ କିଶୋର ୯୫, ଅବିନାଶ ନାୟକ ୬୯ ରନ୍‌ କରିଛନ୍ତି। ରେଭେନ୍ସା ପଡ଼ିଆରେ ରୋହିତ ସାଗରଙ୍କ (୧୧୪), ଟୁକୁନା ସାହୁଙ୍କ (୧୧୨) ଶତକ ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ଅବଶିଷ୍ଟ ଓଡ଼ିଶା ୩୫୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ବାଲେଶ୍ବର ୩ ୱିକେଟ୍‌ କ୍ଷତିରେ ୩୪ ରନ୍‌ କରିଛି। ସନ୍‌ସାଇନ୍‌ ପଡ଼ିଆରେ ଅବଶିଷ୍ଟ ଓଡ଼ିଶା ‘ଇ’ ୨୪୬ ରନ୍‌ କରିଥିଲା। ରାକେଶ ଗୋଚ୍ଛାୟତ ୬୫, ରଘୁନାଥ ମଲ୍ଲ ୫୫ ରନ୍‌ କରିଥିଲେ। ଜବାବରେ ରୋନାଲ୍ଡ ସିଂହଙ୍କ ୮୦ ରନ୍‌ ସହାୟତାରେ ଅବଶିଷ୍ଟ ଓଡ଼ିଶା ‘ସି’ ୩ ୱିକେଟ୍‌ ବିନିମୟରେ ୧୬୩ ରନ୍‌ କରିଛି।

ଖୋର୍ଦ୍ଧା ପଡ଼ିଆରେ ଇକୋର୍ସା ବିପକ୍ଷରେ ଭୁବନେଶ୍ବର ‘ଏ’ ସମସ୍ତ ୱିକେଟ୍‌ ବିନିମୟରେ ୩୦୦ ରନ୍‌ କରିଛି। ସନ୍ଦୀପ୍‌ କେ. ୮୮, ଅନୁରାଗ ଷଡ଼ଙ୍ଗୀ ୭୭ ରନ୍‌ କରିଛନ୍ତି। ସିଭି ରମଣ କଲେଜ ପଡ଼ିଆରେ ଅବଶିଷ୍ଟ ଓଡ଼ିଶା ‘ବି’ ବିପକ୍ଷରେ ଭଦ୍ରକ ୬ ୱିକେଟ୍‌ ବିନିମୟରେ ୨୬୦ ରନ୍‌ କରିଛି। ଆକାଶ ମହାପାତ୍ର (୧୦୮*) ଅପରାଜିତ ଶତକ ଓ ନିହାର ଭୂୟାଁ (୬୪*) ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେଞ୍ଚୁରିଆନ୍‌ ପଡ଼ିଆରେ ଅବଶିଷ୍ଟ ଓଡ଼ିଶା ‘ଏଫ୍‌’ ସରୋଜ ପଣ୍ଡାଙ୍କ ୯୭ ରନ୍‌ ବଳରେ ୧୫୮ ରନ୍‌ କରିଥିଲା ବେଳେ ଜବାବରେ ଅବଶିଷ୍ଟ ଓଡ଼ିଶା ‘ଡି’ ୩ ୱିକେଟ୍‌ ବିନିମୟରେ ୧୭୧ ରନ୍‌ କରି ୧୩ ରନ୍‌ର ଅଗ୍ରଣୀ ପାଇଛି। ଦେବବ୍ରତ ୮୩* ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe